thumbnail

By

Published : Mar 5, 2021, 5:43 PM IST

ETV Bharat / Videos

କୋଭିଡ ଯୋଦ୍ଧା ମନୋରମା ଶତପଥୀ, କର୍ତ୍ତବ୍ୟ ଆଗରେ ହାର ମାନିଲା ଅସୁସ୍ଥତା

ସମ୍ବଲପୁର: ବିଗତ ବର୍ଷ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ କୋଭିଡ ବିରୁଦ୍ଧରେ ଯୁଦ୍ଧ ଲଢିଥିଲେ ଅନେକ ଯୋଦ୍ଧା । କେତେକ ଏହି ଯୁଦ୍ଧରେ ନିଜର ଜୀବନକୁ ବଳିଦାନ ମଧ୍ୟ ଦେଇଥିଲେ । ତେବେ ସମ୍ବଲପୁରର ଏମିତି ଜଣେ ମହିଳା ଯୋଦ୍ଧା ଅଛନ୍ତି ଯିଏ ଏକ ଗୁରୁତର ଦୁର୍ଘଟଣାରେ ଶିକାର ହୋଇ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲେ ଓ ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟରେ ଯୋଗ ଦେଇ ପ୍ରଶଂସିତ ହୋଇଛନ୍ତି । ସମ୍ବଲପୁରର ଟ୍ରାଫିକ କନେଷ୍ଟବଳ ମନୋରମା ଶତପଥୀ । ସେ ସମ୍ବଲପୁର ବୁର୍ଲାରେ ଟ୍ରାଫିକ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ବିଗତ ବର୍ଷ ଜାନୁୟାରୀ 11 ତାରିଖରେ ଡ୍ୟୁଟି କରୁଥିବା ବେଳେ ଏକ ଗାଡି ଧକ୍କାରେ ସେ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତଶ୍ରାବ ହୋଇଥିଲା । ବୁର୍ଲା ମେଡ଼ିକାଲରେ ତାଙ୍କୁ ଚିକତ୍ସା କରାଯାଇଥିଲା । 2 ଦିନ ଯାଏ ତାଙ୍କୁ ହୋସ ଆସିନଥିଲା, ଏପରିକି ସେ କିଛିଦିନ କୋମାରେ ପଡିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.