ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ, ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି - ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା
🎬 Watch Now: Feature Video
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚୋରି ଓ ଚଞ୍ଚକତା କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ପୂର୍ବରୁ ଆବାସ ଯୋଜନାରେ ବିଜେଡି ନେତା ଓ କର୍ମୀ କୋଡିଏ ହଜାର ଟଙ୍କା ଲେଖାଏଁ ନେଉଥିବାବେଳେ ଏବେ ଏହାର ନାମକୁ ନିଜ ନାମରେ କରିବାର ଅପଚେଷ୍ଟା କରାଯାଉଥିବା କହିଛି ଦଳ । ତେବେ ଏପରି କାର୍ଯ୍ୟକୁ କରାଇ ଦିଆଯିବ ନାହିଁ ଓ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।