thumbnail

ଗ୍ରୀନଜୋନ ହେବା ପରେ କଟକ ରାସ୍ତାରେ ମାଳମାଳ ଗାଡି

By

Published : May 5, 2020, 4:58 PM IST

କଟକ: ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବୃଦ୍ଧି ପରେ ରାଜ୍ୟର 16 ଟି ଜିଲ୍ଲାକୁ ଗ୍ରୀନଜୋନ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି । ଯେଉଁଥିରେ ରହିଛି କଟକ ଜିଲ୍ଲା । ସିଲିଭର ସିଟି ଗ୍ରୀଜଜୋନକୁ ଆସିବା ପରେ ସରକାରଙ୍କ ଗାଇଡଲାଇନ ଅନୁସାରେ, ତାଲାବନ୍ଦ ନିୟମକୁ କୋହଳ କରାଯାଇଛି । ଅର୍ଥାତ ସକାଳ 6 ରୁ ସଂନ୍ଧ୍ୟା 6 ଟା ଯାଁଏ ଗାଡି ଚଳାଚଳ, ଦୋକାନ ବଜାର ଖୋଲା ଯାଇପାରିବ । ମାତ୍ର ମଙ୍ଗଳବାର କଟକ ରାଣିହାଟ ଛକ ଜନଗହଳିପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଛି । ଏନେଇ କଟକରୁ ଆମ ପ୍ରତିନିଧି ଦେଖାଇଛନ୍ତି ରାଣୀହାଟ ଛକର ଚିତ୍ର । ତେବେ ଏହା କେତେ ଦୂର ଠିକ । କୋରୋନାକୁ ପରାସ୍ତ କରିବା ପାଇଁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବାବେଳେ ଲୋକେ ବେଫିକର ହୋଇ ବାହାରକୁ ବାହାରୁଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.