ସ୍କୁଲ ନାମ କରଣ ବିବାଦ , 6 ଘଣ୍ଟା ଧରି ବିଇଓଙ୍କୁ ସ୍କୁଲରେ ଅଟକ ରଖିଲେ ଗ୍ରାମବାସୀ - ଇଓଙ୍କୁ ସ୍କୁଲରେ ଅଟକ ରଖିଲେ ଗ୍ରାମବାସୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 31, 2023, 10:21 AM IST

ଖୋର୍ଦ୍ଧା: ସ୍କୁଲ ନାମକରଣକୁ ନେଇ ବିବାଦ । ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ସ୍କୁଲ ମଧ୍ୟରେ ଅଟକ ରଖିଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ବ୍ଲକ ସାଗଡ଼ଭଙ୍ଗା ଗ୍ରାମପଞ୍ଚାୟତରେ । ପଞ୍ଚାୟତରେ ଥିବା ଏକ ସ୍କୁଲ୍‌ 5T ସ୍କୁଲରେ ରୂପାନ୍ତରିତ ହୋଇଛି । ସାଗଡ଼ଭଙ୍ଗା-ବେତରଜଙ୍ଗ ଗାଁର ଦୁଇ ସ୍କୁଲ ମିଶ୍ରଣ ପରେ ନାମକରଣକୁ ନେଇ ଉଠିଥିଲା ବିବାଦ । ସୂଚନା ଅନୁଯାୟୀ ସ୍କୁଲ ନାମକରଣ ପାଇଁ 27 ଜଣ ସଭ୍ୟଙ୍କ ମତାମତ ଲୋଡ଼ାଯାଇଥିଲା । 19 ଜଣ ଗୋଟିଏ ନାମ ପାଇଁ ମତ ରଖିଥିବା ବେଳେ 8 ଜଣ ଅନ୍ୟ ଏକ ନାମ ପାଇଁ ମତ ରଖିଥିଲେ। ଉପସ୍ଥିତ ଥିବା ବିଇଓ ସମାଧାନର ବାଟ ବାହାର କରି ନପାରିବାରୁ ଗ୍ରାମବାସୀ ତାଙ୍କୁ ଅଟକ ରଖିଥିଲେ ।  ପାଖାପାଖି ଦିନ 3ଟାରୁ ରାତି 11ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ଜଙ୍କିଆ ଥାନା ଅଧିକାରୀ ପୋଲିସ ଫୋର୍ସ ସହ ପହଞ୍ଚି ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ସ୍କୁଲ୍‌ ନାମକରଣକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଆସନ୍ତା ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରାଯିବା ପାଇଁ ପ୍ରତିଶ୍ରୁତି ପରେ ବେଗୁନିଆ ବିଇଓଙ୍କୁ ଛାଡିଥିଲେ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ-ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା: ପିପିଲି ବିଇଓ ଅଟକ, ପ୍ରତିଶ୍ରୁତି ପରେ ଛାଡ଼ିଲେ ଅଭିଭାବକ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.