ପୁନରୁଦ୍ଧାର ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଭବନ, କ୍ଷେତ୍ର ପରିଦର୍ଶନ କଲେ ଅତିରିକ୍ତ ଶାସନ ସଚିବ

By

Published : Apr 19, 2023, 8:43 PM IST

thumbnail

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦର ପ୍ରଥମ ଉପାଧ୍ୟକ୍ଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭବନର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ବୁଧବାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କ୍ଷେତ୍ର ପରିଦର୍ଶନରେ ଆସି ଆଲୋଚନା କରିବା ସହ ସମୀକ୍ଷା କରିଛନ୍ତି । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଭବନର ନବୀକରଣ ଏବଂ ଜବରଦଖଲ ଉଚ୍ଛେଦ କରିବାକୁ ମ୍ୟୁନସିପାଲିଟି ପୌରାଧ୍ୟକ୍ଷ କୄଷ୍ଣାନନ୍ଦ ମହାନ୍ତି ଓ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧କୋଟି ଟଙ୍କା ପ୍ରସ୍ତାବ ଅଟକଳକୁ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବାକୁ ଥିବା ବେଳେ ୮ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମୟୂରଭଞ୍ଜ ସିଟିଜେନ ଫୋରମ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇଥିଲା । ମହାପୁରୁଷଙ୍କ ଜନ୍ମସ୍ଥାନ ଓ ବାସସ୍ଥଳୀଗୁଡିକ ପୁନରୁଦ୍ଧାର ସହ ଗୋପବନ୍ଧୁ ଭବନର ରୂପରେଖ ଓ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କରିବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ଭବନର ପୁନରୁଦ୍ଧାର କରାଗଲେ ଜିଲ୍ଲାରେ ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । 

ଇଟିଭି ଭାରତ, ରାଇରଙ୍ଗପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.