କାଳବୈଶାଖୀ ବର୍ଷାରେ ଢେଙ୍କାନାଳର ହାଲ ବେହାଲ, ଗଛପଡି ଯାତାୟାତ ବାଧାପ୍ରାପ୍ତ - କୁଆ ପଥର ମାଡ଼ରେ ଜନଜୀବନ ବେହାଲ

🎬 Watch Now: Feature Video

thumbnail

By

Published : May 25, 2023, 9:52 PM IST

ଢେଙ୍କାନାଳ: ପ୍ରବଳ ଘଡ଼ ଘଡି ସାଙ୍ଗକୁ ଝଡବର୍ଷା । କୁଆ ପଥର ମାଡ଼ରେ ଜନଜୀବନ ବେହାଲ । ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ । ଢେଙ୍କାନାଳ କଳାବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।  ଆଜି ଅପରାହ୍ନରେ ଏଠାରେ ପ୍ରବଳ ଘଡ଼ଘଡି ସାଙ୍ଗକୁ ଝଡବର୍ଷା ହୋଇଛି । ପ୍ରବଳ ବେଗରେ ପବନ ବହି ସହ ତୁହାକୁତୁହା କୁଆ ପଥର ମାଡ଼ ହୋଇଥିଲା । ବିଶେଷ କରି ଢେଙ୍କାନାଲ ସହରର ଓ ସଦର ବ୍ଲକରେ ଏହି ଝଡ଼ବର୍ଷା ଅନେକ ମାତ୍ରାରେ କ୍ଷତି କରିଛି । ପବନର ବେଗ ଅଧିକ ଥିବାରୁ କିଛିକିଛି ସ୍ଥାନରେ ଗଛ ଓ ଡାଳ ଭାଙ୍ଗିଥିବା ଦେଖିବାକୁ ମିଳିଛି । କୁଆ ପଥର ମାଡ଼ ଯୋଗୁଁ ସଦର ବ୍ଲକ ଅଞ୍ଚଳରେ ଗୋବିନ୍ଦପୁର, ମହୁଳପଡା, ବଳଦିଆବନ୍ଧ ଓ କୁରୁମ ଟାଙ୍ଗର ଆଦିରେ ଗଛପଡି ରସ୍ତାବନ୍ଦ ହେବା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଫଳରେ ବିଦ୍ୟୁତ ସରବରାହ ଠପ୍ ହୋଇଛି । ସେପଟେ ଗଛକାଟି ରାସ୍ତା ସଫା କାର୍ଯ୍ୟରେ ଲାଗିଛି ଅଗ୍ନିଶମବାହୀନି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.