Train tragedy: ଚେନ୍ନାଇ ଏମରଜେନ୍ସି ଅଫିସରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ବାଲେଶ୍ବର ଆସୁଛନ୍ତି ମନ୍ତ୍ରୀ ଉଦୟାନିଧି

By

Published : Jun 3, 2023, 10:12 AM IST

thumbnail

ଚେନ୍ନାଇ: ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଦ କରିଦେଇଛି । ଗୋଟିଏ ପଟେ ଓଡିଶାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଥିବା ତାମିଲନାଡୁ ସରକାର ମଧ୍ୟ ଉଦ୍ଧାର ଅପରେସନ ଉପରେ ନଜର ରଖିଛନ୍ତି । କାରଣ ଏହି ଟ୍ରେନଟି ହାଓ୍ବଡାରୁ ଚେନ୍ନାଇ ଯାତ୍ରା କୁରଥିବାରୁ ଏଥିରେ ଅଧିକାଂଶ ତାମିଲନାଡୁର ଯାତ୍ରୀ ଥିବା ଅନୁମାନ କରାଯାଉଛି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟରରେ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅନ୍ୟପଟେ ରାଜ୍ୟର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ମଧ୍ୟ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । 

ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସେ ଦୁର୍ଘଟଣା ସ୍ଥଳ ବାଲେଶ୍ବର ଗସ୍ତ କରିବାର ସୂଚନା ରହିଛି । ଏବେ ସୁଦ୍ଧା ବାଲେଶ୍ବର, ଭଦ୍ରକ ଓ କଟକର ଏସସିବି ସମେତ ଅନ୍ୟ କିଛି ଘରୋଇ ହସ୍ପିଟାଲରେ ପ୍ରାୟ 700 ଆହତଙ୍କ ଚିକିତ୍ସା ଜାରି ରହିଛି । ମୃତ୍ଯୁସଂଖ୍ୟା 238 ବୋଲି ଦକ୍ଷିଣ-ପୂର୍ବ ରେଳ ଡିଭିଜନ କହିଛି । ଆହତଙ୍କ ମଧ୍ଯରେ କିଛି ଗୁରୁତର ଥିବା କାରଣରୁ ମୃତ୍ୟୁସଂଖ୍ୟା ବଢିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.