ଗୁରୁ-ଶିଷ୍ୟ ସମ୍ପର୍କ: ଶିକ୍ଷକଙ୍କ ବଦଳିକୁ ନେଇ କାନ୍ଦିଲେ ଛାତ୍ରଛାତ୍ରୀ, ଖାଇଲେନି ମଧ୍ୟାହ୍ନ ଭୋଜନ - ବାତିଲ ପାଇଁ ନିବେଦନ
🎬 Watch Now: Feature Video

Published : Sep 24, 2023, 10:25 PM IST
କଟକ: ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ନେଇ ଭାବବିହ୍ୱଳ ହେଲେ ଛାତ୍ରଛାତ୍ରୀ । "ସାରଙ୍କୁ ଆମ ପାଖକୁ ଫେରାଇ ଦିଅ । ଆମ ସାରଙ୍କୁ ଆମେ ଛାଡିବୁ ନାହିଁ କି ସ୍କୁଲର ମଧ୍ୟାହ୍ନ ଭୋଜନ ଖାଇବୁ ନାହିଁ ।" ଶିକ୍ଷକଙ୍କ ବଦଳି ପରେ ଏମିତି କିଛି କହି ନେହୁରା ହେଉଛନ୍ତି ଛାତ୍ରଛାତ୍ରୀ । କିଏ ଗେଟ୍ ଆଗରେ ଠିଆ ହୋଇ ବାଟ ବନ୍ଦ କରୁଛି ତ ଆଉ କିଏ ଗୋଡ଼କୁ ଧରି କାନ୍ଦୁଛି । ଜଣେ କି ଦୁଇ ଜଣ ନୁହେଁ , ସ୍କୁଲର ସମସ୍ତ ପିଲାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ ଘଣ୍ଟିଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଏହା ବି ପଢନ୍ତୁ...ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବି, ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ
ସୂଚନା ଅନୁସାରେ, ବିଦ୍ୟାଳୟର ଗଣିତ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କର ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହୋଇଛି । ସେ ସ୍କୁଲରୁ ବିଦାୟ ନେଇ ଯିବା ସମୟରେ ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ମଧ୍ୟାହ୍ନ ଭୋଜନ ବର୍ଜନ କରିଛନ୍ତି । ଏଭଳି ଦୃଶ୍ୟ ସମସ୍ତଙ୍କୁ ଯେତିକି ଚକିତ କରିଛି, କୁନି କୁନି ପିଲାଙ୍କ ଏପରି ଆକୁଳ ନିବେଦନ ସେତିକି ଦୁଃଖ ମଧ୍ୟ ଦେଇଛି ।
ଇଟିଭି ଭାରତ, କଟକ