Bahuda Yatra 2023: ନନ୍ଦିଘୋଷ ଓ ତାଳଧ୍ଵଜ ରଥଟଣା ବେଳେ ଅଘଟଣ, ଦଳା ଚକଟାରେ ୬ ଆହତ

By

Published : Jun 28, 2023, 4:26 PM IST

thumbnail

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବେଳେ ଘଟିଛି ଅଘଟଣ । ନନ୍ଦିଘୋଷ ଓ ତାଳଧ୍ଵଜ ରଥଟଣା ବେଳେ ଠେଲାପେଲା ଯୋଗୁଁ ଦଳା ଚକଟା ସ୍ଥିତି ଉପୁଜିଛି । ଦଳା ଚକଟାରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ରହିଛନ୍ତି । ତେବେ ଭକ୍ତମାନେ ଠେଲାପେଲା ଯୋଗୁଁ ତଳେ ପଡିଯିବାରୁ ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଆଘାତ ଲାଗିଛି । ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । 

ତେବେ ଜଣେ ଭକ୍ତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଗୁଣ୍ଡିଚା ଯାତ୍ରାରେ ମଧ୍ୟ ରଥଟଣା ବେଳେ ତାଳଧ୍ଵଜ ଓ ନନ୍ଦିଘୋଷ ରଥ ନିକଟରେ ଦଳା ଚକଟା ହୋଇ ୧୮ରୁ ଅଧିକ ଭକ୍ତ ଓ ପୋଲିସ ଆହତ ହୋଇଥିଲେ । ବାହୁଡ଼ା ଯାତ୍ରାରେ ମଧ୍ୟ ରଥ ଟାଣିବା ବେଳେ ସମାନ ସ୍ଥିତି ଉପୁଜିଛି । ଏଥିରେ ଜଣେ ପୋଲିସ କର୍ମୀଙ୍କ ସହ ୬ ଜଣ ଆହତ ହୋଇଛନ୍ତି । ତେବେ ମାର୍କେଟ ଛକ ନିକଟରେ ତାଳଧ୍ୱଜ ରଥ ଦଉଡି ଛିଡି ଯିବା ପରେ ଏ ଅଘଟଣ ଘଟିଥିବା ସୂଚନା ମିଳିଛି । 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.