କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ସଫେଇ କର୍ମଚାରୀ ମୃତ

By

Published : Jul 19, 2023, 6:33 PM IST

thumbnail

କଟକ: ମୁକୁଳା ଡ୍ରେନରେ ବଳି ପଡ଼ିଲା ଜୀବନ । କଟକ ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରପଥର ଅଞ୍ଚଳର ନରସିଂହା ରାଓ । ଡ୍ରେନ୍‌ ଭିତରେ ସଫେଇ କରୁଥିବା ସମୟରେ ହଠାତ୍ ଭାସି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠା ଯାଇଛି । ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଗତ ୧୬ ତାରିଖରେ 26 ନମ୍ବର ୱାର୍ଡ ଅନ୍ତର୍ଗତ ଝୋଲାସାହିରେ ଥିବା ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ସେ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ୍ ଫୋର କେୟାର ହସ୍ପିଟାଲ ନିକଟରେ ଥିବା ଏକ ମୁକୁଳା ଡ୍ରେନ୍‌ରେ ପଡ଼ିଯାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ବିଡ଼ାନାସି ଅଞ୍ଚଳରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଯେଉଁଥିରେ ଏକ ଛୋଟ ପିଲାର ମୃତ୍ୟୁ ଘଟିଥିଲା । 
 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.