ରଥରେ ଶ୍ରୀଲିଙ୍ଗରାଜ: ମାଉସୀ ଘରକୁ ପହଞ୍ଚିପାରିଲାନି ରୁକୁଣା ରଥ

By

Published : Mar 29, 2023, 7:25 PM IST

thumbnail

ଭୁବନେଶ୍ବର: ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ବିରାଟ ଶୋଭାଯାତ୍ରାରେ ଯାଉଛନ୍ତି ମାଉସୀଙ୍କ ଘରକୁ । ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ନେଇ ଜନ ସମୁଦ୍ର ପାଲଟିଛି ଏକାମ୍ର କ୍ଷେତ୍ର । ମହାପ୍ରଭୁଙ୍କୁ ରଥରେ ଦର୍ଶନ କରି ଭକ୍ତ ଆଶିଷ ଲାଭ କରିଛନ୍ତି । ଘଣ୍ଟଘଣ୍ଟା, ଶଙ୍ଖ, ବାଦ୍ୟରେ କମ୍ପି ଉଠୁଛି ପୁରା ପରିବେଶ ।  ଲିଙ୍ଗରାଜଙ୍କ ନୀତିକାନ୍ତି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ଏହାପରେ ମହାପ୍ରଭୁ ରଥାରୁଢ ହୋଇଥିଲେ ଏବଂ ରଥଟଣା ଆରମ୍ଭ ହୋଇଥିଲା । ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ଅଢେଇ ଘଣ୍ଟା ବିଳମ୍ବରେ ଚାଲୁଥିବା ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଥିଲେ । ରଥ ପ୍ରସ୍ତୁତିରେ ବିଳମ୍ବ ଓ ମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ବିଳମ୍ବ ହୋଇଥିବା କହିଥିଲେ ସମ୍ପାଦକ । ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ ସମୟ ଅନୁସାରେ ସାଢେ ତିନିଟାରେ ରଥ ଟଣା ଆରମ୍ଭ ହେବାର ଥିଲା । ମାତ୍ର ନୀତିକାନ୍ତି ଅଢେଇ ଘଣ୍ଟାରେ ଚାଲିବା ଯୋଗୁଁ ମାଉସୀମା' ଛକରେ ରୁକୁଣା ରଥ ପହଞ୍ଚି ପାରିଲା ନାହିଁ । ବଙ୍କେଇ ବାଙ୍କ ଛକରେ ରଥ ଅଟକିଛି । ଆସନ୍ତାକାଲି ପୁଣି ସକାଳେ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.