ଫୁଟବଲ ମ୍ୟାଚ ଦେଖି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ - ବଣାଇରେ ସଡକ ଦୁର୍ଘଟଣା ଜଣେ ମୃତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/25-11-2023/640-480-20107222-thumbnail-16x9-cfs.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 25, 2023, 8:52 AM IST
ରାଉରକେଲା: ଫୁଟବଲ ମ୍ୟାଚ ଦେଖିବାକୁ ଯିବା ହେଲା କାଳ । ମ୍ୟାଚ ଦେଖି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଘଟିଗଲା ଅଘଟଣ । ଅଜଣା ଗାଡି ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଲହୁଣୀପଡ଼ା ଲୁଥରୋବା ଗାଁରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତ ହେଲେ ବେଣୁଧର ପେଣ୍ଠେଇ ଓ ଗୁରୁତର ଆକୁଳ ପେଣ୍ଠେଇ ।
ଏହା ମଧ୍ୟ ପଢନ୍ତୁ... ଯାଜପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ସହ ଅଜଣା ଗାଡି ଧକ୍କାରେ 2 ମୃତ
ଉଭୟେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ବେଣୁଧର ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଆକୁଳଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ରାଉରକେଲାର ଜେନେରାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ରାଉରକେଲା