କେନ୍ଦୁଝରରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଘରୋଇକରଣକୁ ବିରୋଧ - Engineering College

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 8, 2024, 6:29 PM IST

Protest on privatization: କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଥିବା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟକୁ ଘରୋଇକରଣ କରିବା ପାଇଁ ସରକାର ପ୍ରସ୍ତାବ ରଖିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ଘରୋଇକରଣକୁ ବିରୋଧ କରିଛନ୍ତି କେନ୍ଦୁଝର ବାସୀ । ଏହା ବିରୁଦ୍ଧରେ ଏକାଠି ହୋଇଛନ୍ତି କେନ୍ଦୁଝରର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଯୁବସମାଜ ତଥା ସାମାଜିକ ସଙ୍ଗଠନ । ଏନେଇ ଆଜି ଏକ ବିରାଟ ଶୋଭାଯାତ୍ରାରେ ଶତାଧିକ ଲୋକମାନେ କେନ୍ଦୁଝର ସହରର କାଳୀ ପଡିଆ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ  । 

ଏହା ମଧ୍ୟ ପଢନ୍ତୁ ... ସ୍ବାଭାବିକ ରହିବ ଟ୍ରକ ବସ୍ ଚଳାଚଳ! ଧର୍ମଘଟକୁ ସମର୍ଥନ ଦେଲାନି ମାଲିକ ସଂଘ

ଏହି ଘରୋଇକରଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ ନକରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦେଇଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଜିଇସି ବଞ୍ଚାଅ ଆବାହକ ସୁନେଶ ଧିର, ବିଜେପି ନେତା ଦିଲ୍ଲୀପ ପଣ୍ଡା, ଆମ ଆଦମୀ ପାର୍ଟିର ମେଘନାଥ ମାଝୀ, ମିଳିତ କ୍ରିୟାନୁଷ୍ଠାନ କମିଟିର ମନସୁର ଆଲାମ, ବିଜେଡିର ବିଶ୍ବନାଥ ବାରିକ, କଂଗ୍ରେସ ଜିଲ୍ଲା ସଭାପତି ମୋହନ ପରିଡା, ଆଲୋକ ମିଶ୍ର, ସଂଗୀତା ସିଂ, ସଂଗ୍ରାମ ଦାସ, ଦିଲ୍ଲୀପ କୁମାର ସାହୁ, ସୁଢଳ ସେଠୀ ତଥା ଅନେକ ବୁଦ୍ଧିଜୀବୀ ଛାତ୍ର ନେତା ଉପସ୍ଥିତ ଥିଲେ । ଏହା ସହ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଘରୋଇକରଣ ବନ୍ଦ ଦାବି ନେଇ ସରକାର କର୍ଣ୍ଣପାତ ନ କଲେ ଜିଲ୍ଲାରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ  ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.