ETV Bharat / state

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା, ଶୃଙ୍ଖଳିତ ଏବଂ କପି ମୁକ୍ତ କରିବାକୁ ପ୍ରସ୍ତୁତି - MATRIC EXAM PREPARATION

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା,' କପି ଓ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ, ଉପାନ୍ତକୁ ଫୋକସ'

plus two and matric exam preparation
plus two and matric exam preparation (ETV Bharat Odisha)
author img

By ETV Bharat Odisha Team

Published : Feb 9, 2025, 4:39 PM IST

ଭୁବନେଶ୍ୱର: ଚଳିତ ମାସରେ ଉଭୟ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଫେବୃଆରୀ ୧୮ରୁ ଯୁକ୍ତ ୨ ପରୀକ୍ଷା ଓ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ତେବେ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ବିଭାଗର ପକ୍ଷରୁ ପ୍ରୟାସ ଜାରି ରହିଛି ।

ଫୋକସରେ ଶୃଙ୍ଖଳିତ ଏବଂ କପି ମୁକ୍ତ ପରୀକ୍ଷା ପରିଚାଳନା:

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ଆଗାମୀ ଦିନରେ ଯେଉଁ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରହିଛି ସେନେଇ ବିଭାଗ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି । ପିଲାମାନେ କିଭଳି ଭାବରେ ସୁବିଧାରେ ପରୀକ୍ଷା ଦେବେ ଓ କିଭଳି ଭାବରେ ପରୀକ୍ଷା ସୁରୁଖୁରୁରେ ହେବ ସେନେଇ ବିଭାଗ ମଧ୍ୟ ସଜାଗ ରହିଛି । ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । କପି କିମ୍ବା ପ୍ରଶ୍ନପତ୍ର ଭାଇରାଲ କଲେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ । କପି ଓ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉପାନ୍ତ ଅଞ୍ଚଳକୁ ମଧ୍ୟ ଅଧିକ ଫୋକସ କରାଯାଇଛି ।"

plus two and matric exam preparation (ETV Bharat Odisha)
୨୧ରୁ ମାଟ୍ରିକ ପରୀକ୍ଷା: ଚଳିତ ମାସ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଆସନ୍ତା ୧୨ ତାରିଖରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଯିବ । ଏଥିପାଇଁ ୩୧୪ ନୋଡାଲ ସେଣ୍ଟର ଖୋଲାଯାଇଛି । ୨୧ଟି ପୋଲିସ ଷ୍ଟେସନରେ କରାଯାଇଛି ନୋଡାଲ ସେଣ୍ଟର । ମୋଟ ୩ ହଜାର ୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅନ୍ୟପଟେ ଚଳିତ ଥର ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି । ତେବେ ୫ ଲକ୍ଷ ୧୦ ହଜାର ୭୭୮ଜଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର୍ଥୀ, ୭ ହଜାର ୭୬୬ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏବଂ ୩ ହଜାର ୭୯୨ ଜଣ ମଧ୍ୟମା ପରୀକ୍ଷାର୍ଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ପାଇଁ ୬୦୦ ସେଣ୍ଟରରେ ସିସିଟିଭିର ହେବ ଲାଇଭ ଷ୍ଟ୍ରିମିଂ। ଏଥର ୪ ଥାକିଆ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବୋର୍ଡ ପକ୍ଷରୁ ତିନୋଟି ବ୍ୟବସ୍ଥା କରାଯାଇଛି । ମାଟ୍ରିକ ପ୍ରଶ୍ନପତ୍ରରେ ୱାଟର ମାର୍କ, ଷ୍ଟାଟିକ କ୍ୟୁ ଆର କୋର୍ଡ ଓ ଡାଇନାମିକ କୋର୍ଡ ବ୍ୟବସ୍ଥା କରାଯାଇଛି ।

୧୮ରୁ ଯୁକ୍ତ ଦୁଇ ପରୀକ୍ଷା:
ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯାହା ମାର୍ଚ୍ଚ ୨୭ ଯାଏ ଚାଲିବ । ମୋଟ ୨୨ଟି ସିଟିଂରେ ଏହି ପରୀକ୍ଷା କରାଯିବ । ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଚଳିତ ବର୍ଷ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବାକୁ ଯାଉଛନ୍ତି । ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୨୦୫ଟି ପରୀକ୍ଷା ହବ ହୋଇଛି । ସେଥିରେ ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସ ସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୧ ହଜାର ୨୭୬ଟି ପରୀକ୍ଷା ସେଣ୍ଟର ରହିଛି । ୩୦ ଜିଲ୍ଲାରେ ୩୫ ସ୍ଥାନରେ ସ୍କ୍ୱାର୍ଡ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ...

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବାକୁ ବ୍ୟାପକ ବ୍ୟବସ୍ଥା

ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ବାରକୋଡ, ହୋଇପାରିବନି ଲିକ୍‌

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ପ୍ରଶ୍ନ ପତ୍ର ଲିକ୍ ନେଇ ଗୁଜବ କଲେ କଡା କାର୍ଯ୍ୟନୁଷ୍ଠାନ

+2 ପରୀକ୍ଷା କପି ମୁକ୍ତ କରିବାକୁ ବୋର୍ଡର ପ୍ରୟାସ, ଜଗିବେ ଜିଲ୍ଲାସ୍ତରୀୟ ସ୍କ୍ବାଡ୍

କପି ରୋକିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି:
ମାଟ୍ରିକ ପରୀକ୍ଷାର ସଠିକ ସୁପରିଚାଳନା ପାଇଁ ସାରା ରାଜ୍ୟରେ ନିୟୋଜିତ ହେବେ ୬୦ ଜଣ ନୋଡାଲ ଅଫିସର । ପ୍ରତ୍ୟେକ ଜିଲ୍ଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଓ ଜଣେ ଡ଼ିଏସପି ରାଙ୍କର ଅଫିସର ଏହି ନୋଡାଲ ଅଫିସର ଦାୟିତ୍ୱରେ ରହିବେ । ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିବା, ପରୀକ୍ଷା ସେଣ୍ଟରରେ ସୁବ୍ୟବସ୍ଥିତ ପରୀକ୍ଷା ଓ ଉତ୍ତର ଖାତା ମୂଲ୍ୟାୟନ କେନ୍ଦ୍ରରେ ପହଁଚିବା ନୋଡାଲ ଅଫିସରଙ୍କ ତତ୍ତ୍ୱାବଧାନରେ ହେବ । ଅନ୍ୟପଟେ ପ୍ରଶ୍ନପତ୍ର ଲିକ୍ ନହେବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଉଛି । ଏହା ସହ ଯେଉଁମାନେ ପ୍ରଶ୍ନପତ୍ର ଲିକ କରିବେ କିମ୍ବା କୌଣସି ଭୁଲ ଖବର କିମ୍ବା ଗୁଜବକୁ ପ୍ରଚାର କରିବେ ସେମାନଙ୍କ ବିରୋଧରେ ୧୯୮୮ ପରୀକ୍ଷା ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.