ଅଘୋଷିତ ବିଦ୍ୟୁତ କାଟ୍ ଓ ଦର ବୃଦ୍ଧି ବନ୍ଦ ଦାବିରେ କଂଗ୍ରେସର ଦାବିପତ୍ର - ଶତାଧିକ କଂଗ୍ରେସ କର୍ମୀ

🎬 Watch Now: Feature Video

thumbnail

By

Published : Jun 27, 2023, 6:02 PM IST

କେନ୍ଦୁଝର: ଅଘୋଷିତ ବିଦ୍ୟୁତ କାଟ୍ ଓ ଦରବୃଦ୍ଧିକୁ ନେଇ ପ୍ରତିବାଦ କରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଏନେଇ କେନ୍ଦୁଝରରେ ସ୍ଥାନୀୟ କଂଗ୍ରେସ ଭବନରୁ ଜିଲ୍ଲା ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ଟିପିସିଓଡିଏଲ ଆସିଥିଲେ ।କାର୍ଯ୍ୟାଳୟ ଭିତରେ ଧସେଇ ପଶିବା ସହ ଅଧିକାରୀଙ୍କୁ ବିଦ୍ୟୁତ କାଟ୍ ପାଇଁ ଜବାବ ମାଗିଥିଲେ । ଏଥିରେ ଜିଲ୍ଲା ତଥା ରାଜ୍ୟର ବହୁ କଂଗ୍ରେସ ନେତା ଉପସ୍ଥିତ ରହିଥିଲେ । ଏନେଇ କଂଗ୍ରେସ ପକ୍ଷରୁ  ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଯଦି ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ, ତେବେ ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ଜିଲ୍ଲା ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଜନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ହୋଇଥିଲେ ମଧ୍ୟ ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାରେ ବିଭିନ୍ନ ସମୟରେ ବିତରକ କମ୍ପାନୀମାନେ ବିଫଳ ହୋଇଥିବା କହିଛି କଂଗ୍ରେସ । ବିଭିନ୍ନ ସମୟରେ ବିଦ୍ୟୁତ ବିତରକ କମ୍ପାନୀ , ଗ୍ରିଡ଼କୋ ଓ ଓଡ଼ିଶା ସରକାରଙ୍କର ଶକ୍ତି ବିଭାଗ ଗ୍ରାହକଙ୍କୁ ଶୋଷଣ କରୁଥିବା କଂଗ୍ରେସ ଅଭିଯୋଗ କରିଛି । "ରାଜ୍ୟରେ ୟୁନିଟ ପିଛା ବିଦ୍ୟୁତ ଦର ଅନ୍ୟ ରାଜ୍ୟ ତୁନଳରେ ବହୁ ଅଧିକ । ଏପରିକି ଯେଉଁ ରାଜ୍ୟମାନେ ଓଡ଼ିଶାରୁ ବିଦ୍ୟୁତ କ୍ରୟ କରୁଛନ୍ତି , ସେମାନେ ସେ ରାଜ୍ୟର ଜନସାଧାରଣଙ୍କୁ ଓଡ଼ିଶାରେ ଆଦାୟ କରାଯାଉଥିବା ବିଦ୍ୟୁତ ଦେୟ ଠାରୁ କମ୍ ଦେବାକୁ ପଡୁଛି। ଏକଥା ରାଜ୍ୟ ସରକାରଙ୍କୁ , ବିତରକ କମ୍ପାନୀ ଓ ଗ୍ରୀଡ଼କୋକୁ ଜଣାଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବା ନେବାପାଇଁ ନିଷ୍ଠା ମଧ୍ୟ ନାହିଁ । ଶକ୍ତି ବିଭାଗର ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ ହେଉନାହିଁ । ତାହାଲେ ବାରମ୍ବାର ଯେଉଁ ବିଦ୍ୟୁତ ଯୋଗାଣ ବନ୍ଦ ହେଉଛି ତାହାକୁ କ’ଣ କୁହାଯିବ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ।
 

ଏହାସହ " ରାଜ୍ୟର ଶକ୍ତି ମନ୍ତ୍ରୀ ଓ ଶକ୍ତି ସଚିବଙ୍କର ବିଦ୍ୟୁତକାଟ୍‌ର ସଫେଇରେ କୌଣସି ତାଳମେଳ ରହୁନାହିଁ । ଯିଏ ଯେଉଁ ସମୟରେ ଯାହା ଭାବୁଛନ୍ତି ତାହା କହୁଛନ୍ତି , କିନ୍ତୁ ବିଦ୍ୟୁତ ଯୋଗାଣ ନିରବଚ୍ଛିନ୍ନ ହେବା ପରିବର୍ତ୍ତେ ଅଧ୍ଵକରୁ ଅଧ୍ବକ ବିଦ୍ୟୁତ କାଟ୍ ଦିନକୁ ଦିନ ବୃଦ୍ଧି ପାଉଛି । ଏପରିକି ଗ୍ରାମାଞ୍ଚଳରେ ୭ ରୁ ୮ ଘଣ୍ଟା ଧରି ବିଦ୍ୟୁତକାଟ୍ ହେଉଥିବାର ବହୁ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏହା ହେଉଛି ୨୩ ବର୍ଷର ନିରନ୍ତନ ଶାସନ ବ୍ୟବସ୍ଥାରେ ରହିଥିବା ବିଜୁ ଜନତା ଦଳ ସରକାରର ସବୁଠାରୁ ବଡ଼ ସଫଳତା କି ? ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର ୨୨ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତିଭୂମିର ନବୀକରଣ ପାଇଁ ଖର୍ଚ୍ଚ କରିଥିବା ଦର୍ଶାଇଛନ୍ତି" ବୋଲି କହିଛି କଂଗ୍ରେସ। 

ଯଦି ୨୩ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ନବୀକରଣ ଓ ପୁନଃବିନ୍ୟାସ ପାଇଁ ୪୨ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ତାହାଲେ , ଟାଟା ପାୱାରର ସିଇଓ ପ୍ରବୀନ ସ୍ନିହା ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମି  ରୁଗ୍ଣ ଅବସ୍ଥାରେ ଅଛି ବୋଲି କିଭଳି କହିଲେ ପ୍ରଶ୍ନ କରି ବର୍ଷିଛି କଂଗ୍ରେସ ।   ୨୦୦୦ ମସିହା ପରଠାରୁ ବିଦ୍ୟୁତ ଦର ପ୍ରତି ୟୁନିଟ୍ ପିଛାର ରାଜ୍ୟରେ ୨୫୨ % ବୃଦ୍ଧି ଘଟିଥିବା କହିବା ସହ 5ଟି ଦାବି ରଖିଛି କଂଗ୍ରେସ ।  ଖୁବ ଶୀଘ୍ର ଗ୍ରହଣ ଦାବି ପୂରଣ ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ । 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.