Independence Day: ଲାଲାକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Aug 15, 2023, 8:40 AM IST

thumbnail

ନୂଆଦିଲ୍ଲୀ: ଦୀର୍ଘ 200 ବର୍ଷ ବ୍ରିଟିଶ ଶାସନ ଅଧୀନରେ ରହିବା ପରେ 1947 ଅଗଷ୍ଟ 15 ତାରିଖ ଦିନ ଭାରତ ସ୍ବାଧୀନ ହୋଇଥିଲା । ସ୍ବାଧୀନତା ସଂଗ୍ରାମୀ ଓ କୋଟି କୋଟି ଦେଶପ୍ରେମୀଙ୍କ ବଳିଦାନ, ତ୍ୟାଗ, ସଂଘର୍ଷ, ବୀରତ୍ବ ଓ ସାହସ ବଳରେ ଇଂରେଜଙ୍କ କବଳରୁ ଦେଶ ମୁକ୍ତ ହୋଇଥିଲା । ଭାରତ ଇତିହାସରେ ଏହି ଦିନକୁ ସାରା ଦେଶରେ ସବୁ ବର୍ଗର ଲୋକେ ଧୁମଧାମରେ ପାଳନ କରନ୍ତି । ଚଳିତ ବର୍ଷ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ 7ଟାରେ ଲାଲକିଲ୍ଲାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ତାଙ୍କୁ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାରେ ଲାଲକିଲ୍ଲାରୁ ଜାତୀୟ ପତକା ତ୍ରିରଙ୍ଗା ପତାକା ଉଡାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଦେଶବାସୀଙ୍କୁ ସମ୍ଭୋଧନ କରିଥିଲେ ମୋଦି । 77ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶ ବିଦେଶର 1800 ଅତିଥି ଉପସ୍ଥିତ ହୋଇଛନ୍ତି । ଦେଖନ୍ତୁ ଲାଲକିଲ୍ଲାରେ ସ୍ବାଧୀନତା ଦିବସ ପାଳନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.