Karnataka poll: ପଦ୍ମଶ୍ରୀଙ୍କ ପାଦ ଛୁଇଁ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ

By

Published : May 3, 2023, 6:47 PM IST

thumbnail

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ତୁଫାନୀ ପ୍ରଚାର ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ କାର୍ଯ୍ୟକ୍ରମରେ ଦୁଇ ପଦ୍ମଶ୍ରୀ ସମ୍ମାନ ବିଜେତାଙ୍କୁ ଭେଟିଛନ୍ତି । ଉତ୍ତର କାନ୍ନାଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କର୍ଣ୍ଣାଟକରୁ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିବା ତୁଳସୀ ଗୌଡା ଓ ସୁକରି ବୋମ୍ମାଗୋଡାଙ୍କୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିଛନ୍ତି । ଉଭୟ ପଦ୍ମଶ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ପ୍ରଧାନମନ୍ତ୍ରୀ ଆର୍ଶୀବାଦ ନେଇଥିଲେ । ଉଭୟଙ୍କ ସହ କିଛି ସମୟ ସେ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଉଭୟ ପଦ୍ମଶ୍ରୀ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମୀଙ୍କ ପାଦ ମଧ୍ୟ ଧୋଇ ଚର୍ଚ୍ଚାକୁ ଆସିଥିଲେ । ଏବେ 10 ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ମାରାଥନ ଜନସଭା ଓ ରୋଡ ସୋ‘ ଜାରି ରଖିଛନ୍ତି । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.