ରେଳ ଷ୍ଟେସନ ସାମ୍ନାରେ ଆଣ୍ଠୁଏ ପାଣି, ଯାତ୍ରୀ ଅସନ୍ତୋଷ

By

Published : Jul 22, 2023, 7:40 AM IST

thumbnail

ଖୋର୍ଦ୍ଧା: ଅସରାଏ ବର୍ଷାରେ ବେହାଲ ଖୋର୍ଦ୍ଧା ରେଳ ଷ୍ଟେସନ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ରେଳ ଷ୍ଟେସନର ନୂତନ ବିଲ୍ଡିଂ କିଛିଦିନ ତଳେ ଉଦଘାଟନ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଥିଲା । ହେଲେ ନିର୍ମାଣର ଦିନ କେଇଟା ଯାଇଛି କି ନାହିଁ ଏହାର ବାସ୍ତବ ଚିତ୍ର ଅସରାଏ ବର୍ଷା ପରେ ସାମ୍ନାକୁ ଆସିଛି । ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ମୁଖ୍ୟ ଗେଟ ସାମ୍ନାରେ ଲହଡି ମାରୁଛି ଆଣ୍ଠିଏ ଉଚ୍ଚର ବର୍ଷା ପାଣି । ଯେଉଁଥି ପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି ।  

  ଏହା ମଧ୍ୟ ପଢନ୍ତୁ-ଲଗାଣ ବର୍ଷା ଆଣିଲା ବିପଦ: ମାଲକାନଗିରେ ଭୁଶୁଡ଼ିଲା ଘର, ଗଛ ଭାଙ୍ଗି ୩ ଗୁରୁତର

ଦୈନିକ ହଜାର ହଜାର ଯାତ୍ରୀ ଏହି ଷ୍ଟେସନ ମାଧ୍ୟମରେ ଯାତାୟତ କରୁଥିବା ବେଳେ ଷ୍ଟେସନ ସାମ୍ନାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବା ଘଟଣାକୁ ନାପସନ୍ଦ କରିଛନ୍ତି ଯାତ୍ରୀ । ସେହିପରି ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଦେଶ ତଥା ଦେଶ ବାହାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । କିନ୍ତୁ ଷ୍ଟେସନ ବାହାରେ ଏପରି ଚିତ୍ର ଓଡିଶା ପ୍ରତି ସେମାନଙ୍କ ମନୋଭାବରେ ପ୍ରଭାବ ପକାଇବ ବୋଲି କହିଛନ୍ତି ରେଳ ଯାତ୍ରୀ । 

ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.