ପରିକ୍ରମା ପ୍ରକଳ୍ପ ପାଇଁ ପାରଳା ମହାଦେଇଙ୍କୁ ନିମନ୍ତ୍ରଣ - puri shreemandir
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 27, 2023, 4:47 PM IST
Invitation For Parikrama Project: ପାରଳାଖେମୁଣ୍ଡି: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ଜିଲ୍ଲା ଏବଂ ଜଗନ୍ନାଥ ସଂସ୍କୃତି ସହ ଜଡିତ ଅଞ୍ଚଳକୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏହି ନିମନ୍ତ୍ରଣ ପତ୍ରକୁ ସ୍ବତନ୍ତ୍ର ଦଳ ସାଙ୍ଗରେ ନେଇ ଆସିଥିବାବେଳେ ଏହି ଦଳକୁ ପାରଳାଖେମୁଣ୍ଡିଠାରେ ଭବ୍ୟ ସ୍ବାଗତ କରାଯାଇଛି । ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟରେ ନିମନ୍ତ୍ରଣପତ୍ର ସହ ଆସିଥିବା ୩ ଜଣିଆ ସେବାୟତ ଦଳକୁ ସ୍ବାଗତ କରାଯିବା ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ପାଇଁ ଦାରୁକ୍ଷେତ୍ର ଓ ଅନନ୍ତ ପୁରୁଷୋତ୍ତମ ଦେବଙ୍କୁ ନିମନ୍ତ୍ରଣ
ସେଠାରେ ଠାକୁରଙ୍କୁ ନିମନ୍ତ୍ରଣ କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଗୁଣନିଧୀ ନାୟକ ଏବଂ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହି ନିମନ୍ତ୍ରଣ ଗ୍ରହଣ କରିଥିଲେ । ସେହିପରି ପାରଳା ମହାଦେଇ କଲ୍ୟାଣୀ ଗଜପତି ରାଜନହର ଏବଂ ସେବକଙ୍କ ପକ୍ଷରୁ ନିମନ୍ତ୍ରଣ ଗ୍ରହଣ କରିଥିଲେ ।
ଇଟିଭି ଭାରତ, ଗଜପତି