thumbnail

ଟଙ୍କା ଆଗରେ ତୁଚ୍ଛ ମମତା ! ମେଡିକାଲ ବେଡରୁ ଶିଶୁକନ୍ୟାକୁ ବିକିଦେଲା ଜନ୍ମକଲା ମା’

By

Published : Aug 4, 2023, 9:24 PM IST

ବାଲେଶ୍ବର: ଜନ୍ମପରେ ମେଡିକାଲ ବେଡରୁ ଶିଶୁକନ୍ୟାକୁ ବିକିଦେଲା ଜନ୍ମକଲା ମାଆ । ମାତ୍ର କେଇଟଙ୍କା ପାଇଁ ବନ୍ଧା ପଡିଗଲା ମାତୃତ୍ବ । ସ୍ନେହ ମମତା ପ୍ରସବର ସମସ୍ତ ବେଦନା ସତେ ଯେମିତି ଟଙ୍କା ଆଗରେ ତୁଚ୍ଛ ହୋଇଗଲା । ଏହି ଟଙ୍କା ଅଭାବରୁ ଆଜି ଗୋଟିଏ ମାଆ ତାର ମମତା ବିକ୍ରି କରିବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଏକ ଘଟଣା ଏବେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ..ଛଟପଟ କଲା ପେଟର ଭୋକ, ୪ ଲକ୍ଷରେ ନିଜ ଝିଅକୁ ବିକିଦେଲା ମାଆ

ସୂଚନା ଅନୁସାରେ ଭୋଗରାଇ ବ୍ଲକ କଖଡା ପଞ୍ଚାୟତ ଅଞ୍ଚଳର ଜନୈକା ମହିଳା ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୩୧ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ମାତ୍ର ଶିଶୁକନ୍ୟାଟି ବାପା ମାଆଙ୍କୁ ଚିହ୍ନିବା ଆଗରୁ ବିକ୍ରି ହେବାପାଇଁ ହୋଇଥିଲା ମୁଲଚାଲ । ପରିବାରର ଆର୍ଥିକ ସମସ୍ୟା ପାଇଁ ସମ୍ବଲପୁର ଅଞ୍ଚଳର ଜଣେ ଲୋକଙ୍କୁ ମାତ୍ର ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ । ତେବେ ଏହା ଭିତରେ ଦଲାଲର ସମ୍ପୃକ୍ତି ଥିବାନେଇ ଲୋକେ ସନ୍ଦେହ କରିଛନ୍ତି । ଏଥିପାଇଁ ଆଜି ଶୁକ୍ରବାର ଚାଇଲ୍ଡ ଲାଇନ ଟିମ ଉକ୍ତ ପରିବାର ପାଖରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.