ଶ୍ରୀଜିଉଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ
🎬 Watch Now: Feature Video
ପୁରୀ: ମହାପ୍ରଭୁଙ୍କ ଶରଣରେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ନିଜ ପରିବାର ଲୋକଙ୍କ ସହ ଜଗନ୍ନାଥଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଶ୍ରୀମନ୍ଦିର ନିକଟରେ ରାଜ୍ୟପାଳ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତ ସ୍ଵାଗତ କରିଥଲେ । ଖଣ୍ଡୁଆ ପୁଷ୍ପଗୁଚ୍ଛ ଦେଇ ରଘୁବର ଦାସଙ୍କୁ ସ୍ଵାଗତ କରାଯାଇ ଥିଲା । ପ୍ରଥମେ ରାଜ୍ୟପାଳ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । ପରେ ଶ୍ରୀ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥଲେ । ଆଜି ସକାଳ ସମୟରେ ରାଜ୍ୟପାଳ ଟ୍ରେନରେ ଝାଡଖଣ୍ଡରୁ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ପରେ ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହାପରେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରଘୁବର ଦାସ । ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ଓଡ଼ିଶାର ରାଜ୍ୟପାଳଭାବେ ଶପଥ ଗ୍ରହଣ କରିବେ ।
ଏହା ମଧ୍ୟ ପଢନ୍ତୁ- ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ଜଗନ୍ନାଥଙ୍କୁ ଦର୍ଶନ କିରବେ ରଘୁବର ଦାସ
ଇଟିଭି ଭାରତ, ପୁରୀ