ETV Bharat / bharat

ଓଡ଼ିଶା ବିଧାନସଭା ପେପରଲେସ୍: ଜାଣନ୍ତୁ ଅନ୍ୟ କେଉଁ ରାଜ୍ୟ ବିଧାନସଭା ହୋଇଛି ଡିଜିଟାଲାଇଜେସନ ... - ODISHA ASSEMBLY PAPERLESS

ଓଡ଼ିଶା ବିଧାନସଭାରେ ବଦଳିଲା କାର୍ଯ୍ୟଶୈଳୀ । ପେପର ପରିବର୍ତ୍ତେ ଟ୍ୟାବରେ ହେବ ସମସ୍ତ କାର୍ଯ୍ୟ । ଜାଣନ୍ତୁ ଦେଶର ଅନ୍ୟ କେଉଁ ରାଜ୍ୟ ବିଧାନସଭାରେ ପେପରଲେସ କାର୍ଯ୍ୟ ହେଉଛି ?

PAPERLESS LEGISLATIVE ASSEMBLY
PAPERLESS LEGISLATIVE ASSEMBLY (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 5:05 PM IST

Updated : Feb 13, 2025, 5:22 PM IST

ହାଇଦ୍ରାବାଦ: ଆଜିଠୁ ପେପର ଲେସ ହୋଇଛି ଓଡ଼ିଶା ବିଧାନସଭା । ବଜେଟ ଅଧିବେଶନ ୨୦୨୫ରୁ ଓଡ଼ିଶା ବିଧାନସଭା ହୋଇଛି ଡିଜିଟାଲ । ଚଳିତଥର ଗୃହର କାର୍ଯ୍ୟଶୈଳୀ ପରିବର୍ତ୍ତନ ହୋଇଛି । ପ୍ରଥମଥର ପାଇଁ ପେପର ଲେସରେ ଚାଲିଛି ଅଧିବେଶନ କାର୍ଯ୍ୟକ୍ରମ । ପେପର ପରିବର୍ତ୍ତେ ଟ୍ୟାବରେ ଚାଲିଛି ସମସ୍ତ କର୍ଯ୍ୟ । ୧୪୭ ବିଧାୟକଙ୍କ ଆସନରେ ଲାଗିଛି ଟ୍ୟାବ । ନେଭା (National e-Vidhan Application) (NeVA) ତରଫରୁ ହୋଇଛି ସମସ୍ତ ବ୍ୟବସ୍ଥା ।

ଓଡ଼ିଶା ବିଧାନସଭା ପେପର ଲେସ:

ଏବେଠୁ ବିନା କାଗଜରେ ଚାଲିବ ଓଡ଼ିଶା ବିଧାନସଭା । ବିନା କାଗଜରେ ହେବ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କିମ୍ବା ଡିଜିଟାଲ ମୋଡ ବ୍ୟବହାର କରି ପ୍ରସ୍ତାବ ରଖିବେ ଜନ ପ୍ରତିନିଧି । ବିଧାନସଭାକୁ ଡିଜିଟାଲାଇଜେସନ ଏବଂ ପରିବେଶର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କେବଳ ଓଡ଼ିଶା ନୁହେଁ ନାଗାଲାଣ୍ଡ, ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟ ଭଳି ଏକାଧିକ ରାଜ୍ୟ ରହିଛନ୍ତି, ଯେଉଁ ରାଜ୍ୟଗୁଡ଼ିକରେ ବିଧାନସଭାରେ ପେପର ଲେସ୍ କାର୍ଯ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଅନ୍ୟ କେଉଁ ରାଜ୍ୟର ବିଧାନସଭାରେ ପେପରଲେସ କାର୍ଯ୍ୟ ହେଉଛି ।

ODISHA LEGISLATIVE ASSEMBLY PAPERLESS
ODISHA LEGISLATIVE ASSEMBLY PAPERLESS (ETV Bharat Odisha)
  • ନେଭା (NeVA) କ'ଣ ?

ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଏକ ଜିଡିଟାଲ୍ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ନେଭା (NeVA) ବା National e-Vidhan Application କୁହାଯାଏ । ଏହା ସରକାରଙ୍କ ପ୍ରମୁଖ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ କାର୍ଯ୍ୟକାରୀ ହେବାକୁ ଥିବା 44ଟି 'ମିଶନ ମୋଡ୍' ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ । ନେଭା (NeVA) 'ଗୋଟିଏ ରାଷ୍ଟ୍ର ଗୋଟିଏ ଆପ୍ଲିକେସନ୍' । ବିଧାନସଭାଗୁଡ଼ିକୁ ଡିଜିଟାଲାଇଜେସନ କରିବା ପାଇଁ ଏହା କାର୍ଯ୍ୟ କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ 2021 ମସିହା ନଭେମ୍ବର ମାସରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ବିଧାନସଭା ପ୍ଲାଟଫର୍ମ'ର ପ୍ରସ୍ତାବ ଦେଇଥିଲେ ।

2023 ମସିହା ସୁଦ୍ଧା ୯ଟି ବିଧାନସଭା ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହରେ ରୂପାନ୍ତରିତ ହୋଇଥିଲେ । 21ଟି ରାଜ୍ୟ ନେଭା କାର୍ଯ୍ୟକାରୀ କରିବା ପାଇଁ ସ୍ବାକ୍ଷର କରିଛନ୍ତି । ସେମାନଙ୍କ ମଧ୍ୟରୁ 17ଟି ପାଇଁ ଅର୍ଥ ଆବଣ୍ଟନ କରାଯାଇଛି । ଫଳରେ ଗୃହରେ ଡିଜିଟାଲ୍ ମାଧ୍ୟମରେ ବିନା ପେପରରେ ସହଜ ଏବଂ ସରଳ ଭାବେ ସମସ୍ତ ପ୍ରକାର କାର୍ଯ୍ୟ ହୋଇପାରିବ ।

ଏବେ ନଜର ପକାଇବା କେଉଁ ସବୁ ରାଜ୍ୟରେ ବିଧାନସଭା ପେପର ଲେସ୍:

  • ହିମାଚଳ ପ୍ରଦେଶ: ନେଭା(National e-Vidhan Application) କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ 2014 ମସିହାରେ ହିମାଚଳ ପ୍ରଦେଶରେ ୮ କୋଟି ଟଙ୍କା ବ୍ୟୟରେ ଏକ ଛୋଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା । ଯାହା ସିମଲା ବିଧାନସଭାକୁ ପେପର ଲେସ କରିଥିଲା । ଦେଶରେ ପ୍ରଥମଥର ପାଇଁ ଏଠାରେ କାଗଜ ବିହୀନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  • ମହାରାଷ୍ଟ୍ର: ୨୦୧୭ ମାର୍ଚ୍ଚ ୭ ତାରିଖରେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟମାନଙ୍କ ପାଇଁ ଲାପଟପ ବ୍ୟବସ୍ଥା କରି ଗୃହକୁ କାଗଜମୁକ୍ତ କରାଯାଇଥିଲା । ବିଧାୟକମାନେ ପ୍ରଶ୍ନୋତ୍ତର କିମ୍ବା ନିଜର ପ୍ରସ୍ତାବକୁ ଲାପଟପ ମଧ୍ୟମରେ ଜଣାଇଥିଲେ ।
  • ବିହାର: ନେଭା(NeVA) ଆପ୍ଲିକେସନ ବ୍ୟବହାର କରିଥିବା ପ୍ରଥମ ଡିଜିଟାଲ୍ ଗୃହ ହେଉଛି ବିହାର ବିଧାନସଭା । ନେଭା ଦ୍ବାରା ପ୍ରଥମେ ବିହାର ବିଧାନସଭାରେ ଡିଜିଟାଲାଇଜେସନର ଭିତ୍ତିଭୂମି ସ୍ଥାପନା କରାଯାଇଥିଲା । ୨୦୨୧ ମସିହା ନଭେମ୍ବର ୫ ତାରିଖରେ ଆୟୋଜିତ ଶୀତକାଳୀନ ଅଧିବେଶନରେ ପ୍ରଥମେ ପେପରଲେସ କାର୍ଯ୍ୟ ଆରମ୍ଭ ହୋଇଥିଲା ।
  • ନାଗାଲାଣ୍ଡ: ମାର୍ଚ୍ଚ ୨୦୨୨ ମସିହାରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ବିଧାନସଭାରେ ପେପର ଲେସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ନେଭା (NeVA) ଆପ୍ଲିକେସନ ଦ୍ବାରା ବିଧାନସଭା ସମ୍ପୂର୍ଣ୍ଣ କାଗଜମୁକ୍ତ ହୋଇଥିଲା । ୨୦୨୨-୨୦୨୩ ଆର୍ଥିକ ବର୍ଷର ବଜେଟ ଅଧିବେଶନରେ ଏହା କାର୍ଯ୍ୟକାରୀ ହୋଇଥିଲା । ନାଗାଲାଣ୍ଡ ବିଧାନସଭାର ୬୦ ଜଣ ସଦସ୍ୟଙ୍କ ଟେବୁଲରେ ଏକ ଇ-ବୁକ୍ କିମ୍ବା ଟାବଲେଟ୍ ରଖାଯାଇଛି ।
  • ମିଜୋରାମ: ସେପ୍ଟେମ୍ବର ୨୦୨୨ ମସିହାରେ ମିଜୋରାମ ଡିଜିଟାଲ୍ ବିଧାନସଭା ତାଲିକାରେ ସାମିଲ ହୋଇଥିଲା । ଯାହା ଏବେ ସମ୍ପୂର୍ଣ୍ଣ କାଗଜବିହୀନ । ମିଜୋରାମରେ ସେପ୍ଟେମ୍ବର ୬ ତାରିଖରେ ବାଚସ୍ପତି ଲାଲରିନଲିଆନା ସାଇଲୋ ବିଧାନସଭାରେ ନେଭା (National e-Vidhan Application) ଆପ୍ ଲଞ୍ଚ କରିଥିଲେ ।
  • ମେଘାଳୟ: ଏହି ବିଧାନସଭାରେ ମଧ୍ୟ ପେପରଲେସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ୨୦୨୨ ସେପ୍ଟେମ୍ବର ୯ ତାରିଖରେ ବାଚସ୍ପତି ମେଟବାହ ଲିଙ୍ଗଡୋହ ନେଭା (National e-Vidhan Application) ଆପକୁ ଲଞ୍ଚ କରିଥିଲେ ।
  • ଗୁଜୁରାଟ: ୨୦୨୩ ସେପ୍ଟେମ୍ବର ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜୁରାଟ ବିଧାନସଭାରେ ନେଭା (National e-Vidhan Application) ପ୍ରୋଜେକ୍ଟକୁ ଆରମ୍ଭ କରିଥିଲେ । ଯାହା ରାଜ୍ୟ ବିଧାନସଭାର କାର୍ଯ୍ୟକୁ ଡିଜିଟାଲ୍ ଏବଂ କାଗଜବିହୀନ କରିଥିଲା ।

ଏହା ମଧ୍ୟ ପଢନ୍ତୁ...ଆଜିଠୁ ବଜେଟ୍‌ ଅଧିବେଶନ: 'ଜୟ ଜଗନ୍ନାଥ' କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ପେପର ନୁହେଁ, ଟ୍ୟାବରେ ଗୃହକାର୍ଯ୍ୟ - ODISHA ASSEMBLY GOES DIGITAL

ଏହା ମଧ୍ୟ ପଢନ୍ତୁ...ନେଭା ଆପ୍‌ରେ ଚାଲିବ ବଜେଟ ଅଧିବେଶନ: ବାଚସ୍ପତି ସୂର୍ଯ୍ୟନାରାୟଣ - ବଜେଟ ଅଧିବେଶନ

  • ପଞ୍ଜାବ: ଗୃହରେ ସୂଚନା ଆଦାନ ପ୍ରଦାନକୁ ସହଜ ଏବଂ ସରଳ କରିବା ପାଇଁ ୨୦୨୩ ସେପ୍ଟେମ୍ବର ୨୩ ତାରିଖରେ ପଞ୍ଜାବରେ NeVA ଆପ୍ ଆରମ୍ଭ କରାଯାଇଥିଲା । ଯାହାଫଳରେ ପଞ୍ଜାବ ବିଧାନସଭାର କାର୍ଯ୍ୟଧାରା ସମ୍ପୂର୍ଣ୍ଣ କାଗଜମୁକ୍ତ କରାଯାଇଛି ।
  • ଉତ୍ତର ପ୍ରଦେଶ: ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା କାଗଜମୁକ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମେ ୧୯ ତାରିଖରେ ବାଚସ୍ପତି ସତୀଶ ମହାନାଙ୍କ ଉପସ୍ଥିତିରେ ନେଭା (National e-Vidhan Application) ସେବା କେନ୍ଦ୍ର ଉଦଘାଟନ କରିଥିଲେ ।
  • ଓଡିଶା: ଓଡ଼ିଶାରେ ନେଭା ବ୍ୟବହାର କରି ପେପର ଲେସ ବଜେଟ୍ ଉପସ୍ଥାପନ । ଏହି କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ଦେଶରେ ଏକ ମଡେଲ୍ ବଜେଟ୍ ଟ୍ୟାଗଲାଇନ୍ ସହିତ ଓଡ଼ିଶା ନେଭା ମାଧ୍ୟମରେ ସମ୍ପୂର୍ଣ୍ଣ ଡିଜିଟାଲ ଭାବେ ୨୦୨୧-୨୨ ବଜେଟ୍ ଉପସ୍ଥାପନ କରାଯାଇଥିଲା । ସେହିପରି ବଜେଟ୍ ଅଭିଭାଷଣ ଟାବଲେଟ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ସଦସ୍ୟମାନେ ନେଭାର ଇ-ବୁକରୁ ହିଁ ସମସ୍ତ କାର୍ଯ୍ୟ କରିଥିଲେ । ଯାହା ଦ୍ବାରା ପ୍ରାୟ 1.5 କୋଟି କାଗଜ ପୃଷ୍ଠାର ସହ ବାର୍ଷିକ ପ୍ରାୟ 2000 ବଡ଼ ଗଛ ସଞ୍ଚୟ ହୋଇଛି ।

ସୌଜନ୍ୟ RKC

Last Updated : Feb 13, 2025, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.