ETV Bharat / state

ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ସ୍ପାଇଡର, ଗୁଗୁଲରେ ପାଇଥିଲା ଠିକଣା - NIARANJAN PATTNAIK THEFT CASE

ଧରାପଡିଲା ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଅନ୍ତରାଜ୍ୟ ଚୋର ସ୍ପାଇଡର ଶକ୍ତି । ୧ କୋଟିର ଅଳଙ୍କାର ସହ ୭ ଲକ୍ଷ ଟଙ୍କା ଜବତ । ଟାର୍ଗେଟରେ ଥିଲେ ଧନୀ ଲୋକ ।

ସ୍ପାଇଡର ଶକ୍ତି
ସ୍ପାଇଡର ଶକ୍ତି (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 5:06 PM IST

Updated : Feb 13, 2025, 5:21 PM IST

ଭୁବନେଶ୍ବର: ରାଜଧାନୀରେ ହାଇପ୍ରୋଫାଇଲ ଚୋରି ପଛରେ ଥିଲା ହାଇପ୍ରୋଫାଇଲ ଚୋର । ଯିଏକି ସ୍ପାଇଡର ଶକ୍ତି ଭାବେ ପରିଚିତ ଥିଲା। ଗୁଗୁଲରେ ସର୍ଚ୍ଚ କରୁଥିଲା ଧନୀ ଲୋକଙ୍କ ଠିକଣା । ତଥ୍ୟ ଆଦାୟ ପରେ ବୁଲାଉଥିଲା କଳାକନା । ଯାହାର ଟେର ପାଉନଥିଲା ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଚୋରକୁ ଗିରଫ କରିଛି ପୋଲିସ । ବିଶାଖାପାଟଣାରୁ ଧରାପଡିଛି ପେଶାଦାର ଚୋର ।

ଧରାପଡିଲା ନିରଞ୍ଜନଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦଫାସ (ETV Bharat Odisha)

କମିଶନରେଟ ପୋଲିସକୁ ବଡ଼ ସଫଳତା:

ଗତ ଜାନୁଆରୀ ୨୫ ରାତିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ହୋଇଥିବା ଲୁଟ ମାମଲାରେ କମିଶନରେଟ୍ ପୋଲିସକୁ ବଡ ସଫଳତା । ୨୫ ଓ ୨୬ ଜାନୁଆରୀ ରାତିରେ ନୟାପଲ୍ଲୀ ଭିଆଇପି କଲୋନୀରେ ହୋଇଥିବା ବଡ ଚୋରିର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ।

ଗୁଗୁଲରେ ସର୍ଚ୍ଚ ପରେ ବୁଲାଉଥିଲା କଳାକନା:

ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି,‘ ଏହି ଅନ୍ତରାଜ୍ୟ ଚୋର ଧନୀ ଲୋକଙ୍କୁ ଖୋଜି ଖୋଜି ଓ ଗୁଗଲରେ ସେମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୁଟ କରୁଥିଲା । ତେଣୁ ଏହି ହାର୍ଡକୋର ଲୁଟେରାକୁ ଧରିବା ପାଇଁ ପୋଲିସ ୪୦୦ରୁ ଊର୍ଦ୍ଧ୍ବ CCTV, ୧୦ ହଜାର ଫୋନ ନମ୍ବର ଯାଞ୍ଚ କରିଥିଲା । ଏହାସହ ୫୦ ଜଣ ଲୋକଙ୍କ ପୂର୍ବ ହିଷ୍ଟ୍ରି ଉପରେ ତର୍ଜମା କରିବା ପରେ ଯାଇ ଲୁଟେରା ପାଖରେ ପହଞ୍ଚି ପାରିଛି ପୋଲିସ ।’

ସ୍ପାଇଡର ଶକ୍ତି
ସ୍ପାଇଡର ଶକ୍ତି (ETV Bharat Odisha)

କିଏ ଏହି ହାଇପ୍ରୋଫାଇଲ ଚୋର ?

ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଆହୁରି କହିଛନ୍ତି, ‘ବରମୁଣ୍ଡା ଠାରୁ CCTV ଚେକ୍ କରିବା ଆରମ୍ଭ କରି ଆନ୍ଧ୍ର ପ୍ରଦେଶର ସମସ୍ତ ଟୋଲ ପ୍ଲାଜା CCTV ଯାଞ୍ଚ କରିବା ପରେ ପୋଲିସ ଏହି ଚୋରକୁ ଧରିଛି । ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, କେରଳ ଓ ମହାରାଷ୍ଟ୍ର ଯାଇ ପୋଲିସ ଲୁଟେରାକୁ ଧରିବା ପାଇଁ ଡେରା ପକାଇଥିଲା । ଲୁଟେରା ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ସ୍ପାଇଡର ଶକ୍ତି ଓରଫ କେ.ସତୀ ରେଡ୍ଡୀ ନାମରେ ପରିଚିତ ।

ଜବତ ଅଳଙ୍କାର
ଜବତ ଟଙ୍କା ଅଳଙ୍କାର (ETV Bharat Odisha)

ଜବତ ହେଲା ନିରଞ୍ଜନ ଘରୁ ଚୋରି ଅଳଙ୍କାର:

ତେବେ ଏହି ଅନ୍ତରାଜ୍ୟ ଚୋରା ସ୍ପାଇଡର ଶକ୍ତି କମିସନରେଟ ପୋଲିସ ହାତରେ ଧରାପଡିଥିବା ବେଳେ ନିରଞ୍ଜନ ଘରୁ ଚୋରି ହୋଇଥିବା ସମସ୍ତ ଅଳଙ୍କାର ଜବତ ହୋଇଛି । ନିରଞ୍ଜରଙ୍କ ଅଳଙ୍କାର ସହ ଏକ କାର ମୋବାଇଲ ଫୋନ ଓ ବିପୁଳ ପରିମାଣର ହୀରା ଗହଣା ଜବତ ହୋଇଛି । 7 ଲକ୍ଷ ଟଙ୍କା ସହ ଏକ କୋଟିର ହୀରା ଓ ସୁନା ଗହଣା ଜବତ ହୋଇଛି । ତେବେ ଏହି ଲୁଟେରା ୨ ବର୍ଷ ପୂର୍ବରୁ ଅର୍ଥାତ 2023ରେ ARSS ମାଲିକଙ୍କ ଘରେ କଳାକନା ବୁଲାଇଥିଲା ।

ଜବତ ଅଳଙ୍କାର
ଜବତ ଅଳଙ୍କାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌: ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ଘଟଣାସ୍ଥଳରେ ଡିସିପି

ନିରଞ୍ଜନଙ୍କ ଘରୁ ଚୋରି: ବାହାର ଚୋର ଗିରଫ, ଭିତର ଚୋର ଫେରାର

ଜେଲରେ ଉଦିତ ପ୍ରଧାନଙ୍କୁ ଭେଟିଲେ କଂଗ୍ରେସ ନେତା, କହିଲେ ଗଣତନ୍ତ୍ର ପାଇଁ ସରକାରଙ୍କ ସମ୍ମାନ ନାହିଁ

କେମିତି କରୁଥିଲା ଚୋରି:

ପୋଲିସ କମିଶନର କହିଛନ୍ତି, ‘କୌଣସି ପ୍ରମାଣ ନ ରଖିବାକୁ ମାକ୍ସ ଓ ଗ୍ଳୋବ୍ସ ଲଗାଇ ସମ୍ପୂର୍ଣ୍ଣ ମୁହଁକୁ ଘୋଡାଇ ଚୋରି କରୁଥିଲା ଏହି ପେଶାଦାର ଚୋର । ଭୁବନେଶ୍ୱର ଓ କଟକ ଡିସିପିଙ୍କ ସହ ସ୍ପେଶାଲବ୍ରାଞ୍ଚ ପୋଲିସର ସହାୟତାରେ ୪ ରାଜ୍ୟ ବୁଲି ୪ ରୁ ୫ ଜଣଙ୍କୁ ସନ୍ଦିଗ୍ଧଙ୍କୁ ତଦନ୍ତରେ ନେବା ପରେ ଏହି ଚୋରକୁ ଧରାଯାଇଥିଲା ।’

୧ କୋଟିର ଅଳଙ୍କାର ସହ ୭ ଲକ୍ଷ ଟଙ୍କା ଜବତ
୧ କୋଟିର ଅଳଙ୍କାର ସହ ୭ ଲକ୍ଷ ଟଙ୍କା ଜବତ (ETV Bharat Odisha)

ଆତଙ୍କ ଖେଳାଇଛନ୍ତି ସ୍ପାଇଡର ଚୋର:

ଏହି ଆନ୍ତଃରାଜ୍ୟ ସିନ୍ଧି ଚୋରା ଭାରତର ୫ ରାଜ୍ୟର ୭୦ଟି ଜାଗାରୁ ଏଯାବତ ଚୋରି କରିଥିବା ସ୍ପାଇଡର ଶକ୍ତି ନାଁରେ ପରିଚିତ । ଚୋରି ବେଳେ ସେ କେଉଁଠି ବି ପ୍ରମାଣ ଛାଡୁନଥିବା ବେଳେ ଡ଼ିଜିଟାଲ ଅଲଗା ଲୋକେସନ ଦେଖାଉଥିଲା । ତେଣୁ ସତୀଶକୁ ଧରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ସେ କେରଳ ଜେଲରେ ୨୪ ଜୁଲାଇରୁ ସେପ୍ଟେମ୍ବର ଯାଏ ରହିଥିଲା । ବିଶେଷ କରି ସ୍ଲାଇଡ ଗେଟ ଥିବା ଘରୁ ଚୋରି କରୁଥିଲା । ତେଣୁ ସ୍ଲାଇଡର ଥିବା ଲୋକଙ୍କ ପାଇଁ ଏକ ଗାଇଡଲାଇନ ଆସିବା ବୋଲି ପୋଲିସ କମିଶନର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 13, 2025, 5:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.