ଉଜୈନ ମହାକାଳେଶ୍ବର ମନ୍ଦିର ଜଳାର୍ଣ୍ଣବ, ଆଣ୍ଠୁଏ ପାଣିରେ ପଶି ଭକ୍ତ କଲେ ଦର୍ଶନ - ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/22-07-2023/640-480-19070731-thumbnail-16x9-maha.jpg)
ଭୋପାଳ: ପ୍ରବଳ ବର୍ଷା କାରଣରୁ ଜଳମଗ୍ନ ହୋଇଛି ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର। ମନ୍ଦିର ପରିସର ଜଳମୟ ହୋଇଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ଭକ୍ତମାନେ 'ବମ୍ ବମ୍ ମହାଦେବ' ନାରା ଦେବା ସହିତ ପାଣି ମଧ୍ୟକୁ ଆସି ମହାଦେବଙ୍କ ଦର୍ଶନ କରିଛନ୍ତି। ତେବେ ପ୍ରବଳ ବର୍ଷା କାରଣରୁ ମଧ୍ୟପ୍ରଦେଶର ଉଜୈନ, ଦେବାସ, ଇନ୍ଦୋର ଆଦି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନ ଜଳ ଘେରରେ ରହିଥିବାବେଳେ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପାଣି ପଶିଯାଇଛି। ଯେଉଁଥିପାଇଁ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ସରକାର।
ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଅନେକ ସ୍ଥାନ ଜଳ ଘେରରେ ଥିବା କାରଣରୁ ଯାତାୟତରେ ବାଧା ଉପୁଜିଛି । ଲଗାଣ ବର୍ଷାରେ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିର ଏକ ପ୍ରକାର ବୁଡି ରହିଥିବା ଦେଖିବାକୁ ମିଳିଛି। ସେପଟେ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
ଏହା ମଧ୍ୟ ପଢନ୍ତୁ...Maharashtra: ବନ୍ୟାରେ ଫସିଛନ୍ତି ଲୋକେ, ଉଦ୍ଧାରକାର୍ଯ୍ୟରେ NDRF ଓ ବାୟୁସେନା