ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଣ୍ଡକ୍ଟର ଫେରାର

By ETV Bharat Odisha Team

Published : Sep 30, 2023, 9:07 AM IST

thumbnail

କଟକ: ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କଣ୍ଡକ୍ଟର ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣିଲେ ଜଣେ ମହିଳା । ଏଭଳି ଘଟଣା ଘଟିଛି କଟକ ସହରରେ । ଚାଉଳିଆଗଞ୍ଜ ପୋଲିସ ବସ ସହିତ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ଥାନାରେ ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ବସ କଣ୍ଡକ୍ଟର ଜଣଙ୍କ ଫେରାର ଥିବା ସୂଚନା ମିଳିଛି । ଶୁକ୍ରବାର ପଟିଆରୁ ଜଗତପୁର ଆସୁଥିବା 18 ନମ୍ବର ବସରେ କିଛି ମହିଳା ଯାତ୍ରୀ ଯାତ୍ରା କରୁଥିଲେ । ବସଟି ନନ୍ଦନକାନନ ବାଟ ଦେଇ ଆସୁଥିବା ବେଳେ କିଛି ସମୟ ପାଇଁ ବସ ଭିତରେ ଜଳୁଥିବା ଲାଇଟ ବନ୍ଦ ହୋଇଯାଇଥିଲା । ଏହାର ସୁଯୋଗ ନେଇ ବସର କଣ୍ଡକ୍ଟର ଜଣଙ୍କଏକାଧିକ ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଅସଦାଚରଣର ଶିକାର ହୋଇଥିବା ମହିଳା ଯାତ୍ରୀଙ୍କ ମଧ୍ୟରୁ ଶିଖରପୁରର ଜଣେ ଯୁବତୀ ଏନେଇ ତାଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଅବଗତ କରାଇଥଲେ । ବସଟି ଶିଖରପୁର ଛକରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବତୀଙ୍କ ସମ୍ପର୍କୀୟ ମାନେ ବସଟିକୁ ଅଟକାଇବା ସହ ଚାଉଳିଆଗଞ୍ଜ ଥାନାପୋଲିସର ଜିମା ଦେଇଥିଲେ । ଅଭିଯୋଗକାରୀ ଯୁବତୀ ଜଣଙ୍କ ଥାନାକୁ ଯାଇଥିଲେ ମଧ୍ୟ ଲିଖିତ ଅଭିଯୋଗ କରିନଥିବା ପୋଲିସ କହିଛି ।  

ଏହା ମଧ୍ୟ ପଢନ୍ତୁ-ରାସ୍ତାରେ ଘୋଷାଡି ନେଲା ମୋ ବସ, ବାଇକ ଆରୋହୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.