ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ରାଇରଙ୍ଗପୁରବାସୀ ମନ୍ତ୍ରମୁଗ୍ଧ - ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 18, 2024, 3:54 PM IST

Live Streaming Of Sri mandir Parikrama Project :ରାଇରଙ୍ଗପୁର: ବୁଧବାର ଉଦଘାଟିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ଅବସରରେ ଉତ୍ସବମୁଖର ହୋଇ ଉଠିଥିଲା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସର ।  ରାଇରଙ୍ଗପୁର ପୌରପାଳିକା ତରଫରୁ ଜଗନ୍ନାଥ ମନ୍ଦିରକୁ ପୁଷ୍ପରେ ସୁସଜ୍ଜିତ କରାଯାଇଥିଲା । ଏଥିସହ ମନ୍ଦିର ପରିସରରେ ଏଲଇଡି ମାଧ୍ୟମରେ ପରିକ୍ରମା ପ୍ରକଳ୍ପର ଉଦଘାଟନର ସିଧାପ୍ରାସରଣ କରାଯାଇଥିଲା । ଜଗନ୍ନାଥ ମନ୍ଦିରରେ ଉପସ୍ଥିତ ଥିବା ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ଏହା ଦେଖି ଖୁସି ବ୍ୟକ୍ତ କରିଥିଲେ । ମନ୍ଦିରରେ ଭକ୍ତ ତଥା ଜନସାଧାରଣଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ପାଖାପାଖି ୨୫୦୦ ଲୋକ ମହାପ୍ରଭୁଙ୍କ ପ୍ରସାଦ ସେବନ କରିଥିଲେ ।‌ ଅନୁଷ୍ଠିତ ଉକ୍ତ ଆୟୋଜିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅଧିନସ୍ଥ ଗ୍ରାମ୍ୟ ବିଦ୍ୟୁତକରଣର ଉପଦେଷ୍ଟା ଦୀପ୍ତିମାନ ବଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ବିଜୁ ସେତୁ ଯୋଜନାର ଉପଦେଷ୍ଟା ରତିକାନ୍ତ ଉପସ୍ଥିତ ଥିଲେ ।  

ଏହା ମଧ୍ୟ ପଢନ୍ତୁ-  ବୌଦ୍ଧରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ, ଚତୁର୍ଦ୍ଦିଗ ହେଲା ଜଗନ୍ନାଥମୟ

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.