Leser Show Rehearsals: ଲେଜର ଲାଇଟ ଶୋ’ରେ ରାମ କଥା

By ETV Bharat Odisha Team

Published : Nov 10, 2023, 7:43 PM IST

thumbnail

ଅଯୋଧ୍ୟା:ଦୀପତ୍ସୋବ ପାଇଁ ସଜେଇ ହେଉଛି ପୂଣ୍ୟଭୂମି ଅଯୋଧ୍ୟା ନଗରୀ । ଚଳିତ ବର୍ଷ ଦୀପାବଳିରେ ଜଳିବ 24 ଲକ୍ଷ ଦୀପ । ଏଥିପାଇଁ ପ୍ରସ୍ତୁତି ଓ ପ୍ରୟାସକୁ ନିଖୁଣ ଭାବେ କରୁଛି  ପ୍ରଶାସନ । ଏହାସହ ଲେଜର ଲାଇଟ ଶୋରେ ଦୀପତ୍ସୋବ ଦିନ ଅଯୋଧ୍ୟାର ଶୋଭାବର୍ଦ୍ଧନ କରିବ । ଏଥିପାଇଁ ରାମ ନଗରୀରେ ଲେଜର ଲାଇଟ ଶୋ’ କୁ ଲଗାଇଯାଇଥିବା ବେଳେ ଏବେ ଏହାର ପରୀକ୍ଷା କରାଯାଉଛି । ବିଭିନ୍ନ ପର୍ଯ୍ୟାୟରେ ଦୀପତ୍ସୋବ ଦିନ ଲେଜର ଲାଇଟ ଶୋ ପୁରା ରାମାୟଣର କଥାବସ୍ତୁ ପ୍ରଦର୍ଶିତ କରାଯିବ । ତଥା ପୁଣି ଥରେ ତ୍ରେତୟା ଯୁଗର ଭ୍ରମ ସୃଷ୍ଟି ହେବ । ଏହାସହ ଚଳିତ ବର୍ଷ ଦୀପତ୍ସୋବ ଆହୁରି ସ୍ବତନ୍ତ୍ର  ହେବାକୁ ଯାଉଛି । କାରଣ ସରଜୂ ତଟରେ ଜଳିବ 24 ଲକ୍ଷ ଦୀପ । ଯାହାର ଭବ୍ୟ ଦିବ୍ୟ ଅନୁଭବ ନେବେ ଦେଶବାସୀ । ଦୀପତ୍ସୋବ ପାଇଁ ଲେଜର ଲାଇଟ ଶୋ’ର ଏବେ ପରୀକ୍ଷଣ ଚାଲିଛି । ଦେଖନ୍ତୁ ସେହି ପରୀକ୍ଷଣ ବେଳେର କିଛି ଦୃଶ୍ୟ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.