ଜିଲ୍ଲାସ୍ତରୀୟ ଗ୍ରୀଷ୍ମକାଳୀନ କବାଡି କୋଚିଂ କ୍ୟାମ୍ପ - ଗ୍ରୀଷ୍ମକାଳୀନ କବାଡି କୋଚିଂ କ୍ୟାମ୍ପ
🎬 Watch Now: Feature Video
ନୂଆପଡ଼ା: ଜିଲ୍ଲାର କବାଡି ଖେଳ ଏନ୍ତୁଡ଼ିଶାଳ କୁହାଯାଉଥିବା ମାଗୁରପାଣି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଗ୍ରୀଷ୍ମକାଳୀନ କବାଡି କୋଚିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ବିଭାଗ ଏବଂ ରତନ ସ୍ପୋର୍ଟ୍ସ ଏକାଡେମୀ ମାଗୁରପାଣିର ମିଳିତ ଆନୁକୂଲ୍ୟରେ ୮ ଦିନିଆ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଯାଇଛି । ଏହି କ୍ୟାମ୍ପ ଦ୍ବାରା ଆଗାମୀ ଦିନରେ ଛାତ୍ରଛାତ୍ରୀ ଭଲ କବାଡି ଖେଳାଳି ହେବା ସହ ଶାରୀରିକ ମାନସିକ ଗଠନରେ ବେଶ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ।
ଏହି କୋଚିଂ କ୍ୟାମ୍ପରେ ନୂଆପଡା ଜିଲ୍ଲାର ଜାତୀୟ କବାଡି ଖେଳାଳି ରୋମିଓ ରଞ୍ଜନ ମାଝୀଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ କବାଡି କୋଚ ଭାବରେ ଗଣେଶ ପ୍ରସାଦ ରାଉତ ଦାୟିତ୍ବ ନିର୍ବାହ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭାନପୁର ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ଚମନଲାଲ ରାଉତ, ମାଗୁରପାଣି ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ମହତାବ ଆଡ଼ଜୁଆଡ଼, ବରିଷ୍ଠ କବାଡି ଖେଳାଳୀ ମିତ୍ରଭାନୁ ରାଉତ ପ୍ରମୁଖ କବାଡି ପ୍ରଶିକ୍ଷକ ଭାବରେ ସହଯୋଗ କରୁଛନ୍ତି । କବାଡି କୋଚିଂ କ୍ୟାମ୍ପରେ ନୂଆପଡ଼ା, କୋମନା, ବୋଡେନ, ଖଡ଼ିଆଳ, ସିନାପାଲି ବ୍ଲକ ଅଞ୍ଚଳରୁ ୭୦ ଜଣ ଛାତ୍ରଛାତ୍ରୀ ସବ୍ଜୁନିୟର, ଜୁନିୟର ଓ ସିନିୟର ବିଭାଗରେ ନାମ ପଞ୍ଜିକୃତ କରି କବାଡି ଖେଳ ସମ୍ପର୍କରେ ତାଲିମ ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀ ମାନେ କବାଡି ଖେଳର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପାଇବା ସହ ବ୍ୟାୟାମ, ପ୍ରାଣାୟମ, ଯୋଗ ଆଦି ବିଭିନ୍ନ ଆସନ ସମ୍ପର୍କରେ ଶିକ୍ଷା ପାଉଛନ୍ତି । ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲା କବାଡି ଖେଳରେ ଖ୍ୟାତି ଅର୍ଜନ କରିଛି । ଏଠିକାର ଖେଳାଳି ମାନେ ରାଜ୍ୟ ତଥା ଜାତୀୟସ୍ତରରେ କବାଡି ଖେଳି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେଇଥିପାଇଁ କବାଡି ଖେଳକୁ ଫୋକସ କରି ଗ୍ରୀଷ୍ମକାଳୀନ କବାଡି କୋଚିଂ କ୍ୟାମ୍ପ ଆୟୋଜନ କରିଥିବା ଜିଲ୍ଲା କ୍ରୀଡା ଅଧିକାରୀ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ନୂଆପଡ଼ା