ଉଜ୍ଜୟିନୀ ବାବା ମହାକାଳଙ୍କ ଦର୍ଶନ କଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ - ବାବା ମହାକାଳଙ୍କ ଦର୍ଶନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/09-09-2023/640-480-19470283-thumbnail-16x9-saina.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 9, 2023, 10:00 PM IST
|Updated : Sep 10, 2023, 3:10 PM IST
ଭୋପାଳ: ପ୍ରତିଦିନ ଉଜ୍ଜୟିନୀ ବାବା ମହାକାଳଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ପ୍ରବଳ ଗହଳି ଲାଗିଥାଏ। ଫିଲ୍ମି ତାରକା ହୁଅନ୍ତୁ ଅବା ଖେଳାଳି କିମ୍ବା ରାଜନେତା ସମସ୍ତେ ବାବା ମହାକାଳଙ୍କ ଆଶୀର୍ବାଦ ନେବା ପାଇଁ ଆସିଥାନ୍ତି। ଆଜି ସକାଳୁ ପ୍ରାତକାଳ ଭସ୍ମ ଆରତୀ ସମୟରେ ପ୍ରଥମେ ଅକ୍ଷୟ କୁମାର ଏବଂ ଭାରତୀୟ କ୍ରିକେଟ ଖେଳାଳି ଶିଖର ଧାଓ୍ବନ ଭଗବାନ ମହାକାଳଙ୍କ ଦର୍ଶନ କରିଥିଲେ। ଏହା ପରେ ସକାଳ 7ଟା ସମୟରେ ହେଉଥିବା ମହାକାଳଙ୍କ ଆରତୀରେ ଅଲମ୍ପିକ ପଦକ ଜିତିଥିବା ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ବାବା ମହାକାଳଙ୍କ ଆଶୀର୍ବାଦ ନେବା ପାଇଁ ପରିବାର ଲୋକଙ୍କ ସହ ଆସିଥିଲେ।
ଏହା ମଧ୍ୟ ପଢ଼ନ୍ତୁ.....PM Visit to Ujjain: ଉଦଘାଟିତ ହେବ ପ୍ରଥମ ପର୍ଯ୍ୟାୟ ଶ୍ରୀମହାକାଳ ଲୋକ
ତେବେ ସାଇନା କହିଛନ୍ତି ଯେ, ସେ ପିଲାବେଳୁ ଭଗବାନଙ୍କୁ ବହୁର ବିଶ୍ବାସ କରନ୍ତି। ଏହାସହ ଏଠାକୁ ଆସିଲେ ସମସ୍ତ ମନଷ୍କାମନା ପୂରଣ ହୁଏ। ପରିବାର ସହ ଆସି ବାବା ମହାକାଳଙ୍କ ଦର୍ଶନ କରିଥିବାରୁ ବହୁତ ଖୁସିଥିବା କହିଛନ୍ତି ସାଇନା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ