ଲୋକସଭା ପରେ ରାଜ୍ୟସଭା: ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ ସଂଶୋଧନ ବିଲ୍ ଆଗତ କଲେ ଶାହ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Dec 11, 2023, 4:43 PM IST
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଦୁଇ ଦୁଇଟି ବଡ଼ ଅପଡେଟ । ଆଜି ସୁପ୍ରିମ କୋର୍ଟ, କେନ୍ଦ୍ର ଦ୍ବାରା ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ସେପଟେ ଆଜି ରାଜ୍ୟସଭାରେ ଆଗତ ହୋଇଛି ଜମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ ୨୦୨୩ ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଜମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ ୨୦୨୩ ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ରାଜ୍ୟସଭାରେ ଅନୁମୋଦନ ପାଇଁ ଗୃହମନ୍ତ୍ରୀ ଏହି ଦୁଇଟି ବିଲ୍ ଆଗତ କରିଛନ୍ତି। ଜମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଏବଂ ୨୦୨୩ ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଗତ ସପ୍ତାହରେ ଲୋକସଭାର ଅନୁମୋଦନ ଲାଭ କରିସାରିଛି। ରାଜ୍ୟସଭାରେ ପାସ୍ ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ସୂଚନା ଅନୁସାରେ, ଏହି ଦୁଇଟି ବିଲ୍ ରାଜ୍ୟସଭାରେ ପାସ୍ ହେବା ନେଇ ବିଶେଷ କିଛି ସମସ୍ୟା ହେବ ନାହିଁ ।
ବ୍ୟୁରୋ ରିପୋର୍ଟ