ମାଡୁଛି ହିଂସା, ଜଳୁଛି ଫ୍ରାନ୍ସ: ନାବାଳକକୁ ପୋଲିସର ହତ୍ୟା ପରେ ବିଦ୍ରୋହର ନିଆଁ - france riots news

🎬 Watch Now: Feature Video

thumbnail

By

Published : Jul 1, 2023, 3:31 PM IST

ପ୍ୟାରିସ: ଦଙ୍ଗା ଫଳରେ ଫ୍ରାନ୍ସରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପୋଲିସ ଗୁଳିରେ ୧୭ ବର୍ଷୀୟ ବାଳକର ମୃତ୍ୟୁ ପରେ ଫ୍ରାନ୍ସରେ ହିଂସା ଅଣାୟତ୍ତ ହୋଇଥିବା କୁହାଯାଉଛି । ଟ୍ରାଫିକ ନିୟମ ଉଲଂଘନ କରିଥିବାରୁ ଜଣେ ପୋଲିସ ନାବାଳକକୁ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ଉତ୍ତେଜନା ଲାଗି ରହିଛି। ଦଙ୍ଗା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି । ଚାରିଆଡ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଏପରିକି ପ୍ୟାରିସସ୍ଥିତ ସର୍ବବୃହତ ଲାଇବ୍ରେରୀକୁ ମଧ୍ୟ ପୋଡିଦେଇଛନ୍ତି । ଏଥିରେ ପାଖାପାଖି 5 ଲକ୍ଷ ପୁସ୍ତକ ଥିଲା । 

ସବୁଠି ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳୁଥିବାବେଳେ ଦଙ୍ଗା ଦମନ ପାଇଁ ପ୍ରାୟ 50ହଜାରରୁ ଅଧିକ ଯବାନଙ୍କୁ ନିୟୋଜିତ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଏହାରି ଭିତରେ ୟୁରୋପର ଜଣେ ପ୍ରତିଷ୍ଠିତ ପ୍ରଫେସରଙ୍କ ଟ୍ବିଟ ସାମନାକୁ ଆସିଛି । ଫ୍ରଫେସର ଡ. ଏନ୍ ଜନ୍ କ୍ୟାମ ଦଙ୍ଗା ନିୟନ୍ତ୍ରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭାରତରୁ ପଠାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାସହ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସେ ପ୍ରଶଂସା କରିଥିବାବେଲେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ତେବେ ଫ୍ରାନ୍ସରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇପାରେ ବୋଲି ରାଷ୍ଟ୍ରପତି ସୂଚନା ଦେଇସାରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.