ETV Bharat / health

ଚୀନରେ ଆଉ ଏକ ଭାଇରସ HKU5-CoV-2, ଜାଣନ୍ତୁ କେତେ ମାରାତ୍ମକ ? - NEW BAT CORONA VIRUS

କୋଭିଡ-୧୯ ବା କରୋନା ଭଳି ଆଉ ଏକ ଭାଇରସ HKU5-CoV-2 । ଚୀନରେ ଚିହ୍ନଟ ଏହି ଭାଇରସ କଣ ଓ କେତେ ମାରାତ୍ମକ ହୋଇପାରେ, ଜାଣନ୍ତୁ ?

HKU5 COV 2
HKU5 COV 2 (ETV Bharat)
author img

By ETV Bharat Odisha Team

Published : Feb 22, 2025, 2:31 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ଭୟ ସୃଷ୍ଟି କରିଥିବା କୋଭିଡ-19ର ଡର ମନରୁ ଲିଭିନଥିବା ବେଳେ, ଏବେ ଆଉ ଏକ ଭାଇରସ କଥା ସାମ୍ନାକୁ ଆସିଛି । ଚୀନରେ ଆଉ ଏକ ନୂଆ ଭାଇରସ ସୃଷ୍ଟି ହୋଇଛି । ଏହି ନୂଆ ଭାଇରସର ନାଁ HKU5-CoV-2 ରହିଛି । ଏହା କୋଭିଡ ଭଳି ମାରାତ୍ମକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡିଛି । ବାଦୁଡ଼ି କରୋନା ଭାଇରସ୍ ଉପରେ ବ୍ୟାପକ ଗବେଷଣା ପାଇଁ "ବ୍ୟାଟ୍ଓମ୍ୟାନ୍" ଭାବେ ଜଣାଶୁଣା ଚୀନର ଭାଇରୋଲୋଜିଷ୍ଟ ସି ଜେଙ୍ଗଲି ଅଧ୍ୟୟନ ପରେ ଏହି ନୂଆ ଭାଇରସ HKU5-CoV-2 ଉପରେ ଆଲୋକପାତ କରିଛନ୍ତି । ଯାହା ଏକ ସାଇଣ୍ଟିଫିକ୍ ଜର୍ଣ୍ଣାଲ ସେଲରେ ପ୍ରକାଶ ପାଇଛି ।

କୋଭିଡ ଭଳି ଆଉ ଏକ ଭାଇରସ HKU5-CoV-2:

ବର୍ତ୍ତମାନ ଏହା କେବଳ ଚୀନରେ ଚିହ୍ନଟ ହୋଇଥିବା ବେଳେ, ଯଦି ଏହା ଚୀନ ବାହାରକୁ ଆସିଯାଏ ତେବେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ପୁଣି ଲୋକମାନଙ୍କୁ ଘର ଭିତରେ ବନ୍ଦୀ ଜୀବନ କାଟିବାକୁ ପଡିପାରେ । ଉହାନ ଲ୍ୟାବରେ କରୋନା ଭାଇରସ ଭଳି ଆଉ ଏକ ନୂଆ ଭାଇରସ ମିଳିଛି । ଏହି ଭାଇରସ ବର୍ତ୍ତମାନ ବାଦୁଡିଠାରେ ଦେଖାଯାଇଛି । ମଣିଷ ପର୍ଯ୍ୟନ୍ତ ବ୍ୟାପି ନାହିଁ । ଏହି ଭାଇରସରେ ବି କୋଭିଡ-19 ଭଳି SARS-CoV-2 ଦେଖିବାକୁ ମିଳିଛି । ଏହି ଭାଇରସ ବାଦୁଡିଙ୍କଠାରେ ଦେଖିବାକୁ ମିଳିଥିବାରୁ କିଛି ଏହାକୁ ବାଦୁଡି କୋରନା ଭାଇରସ (Bat Corona Virus) ବୋଲି କୁହାଯାଉଛି ।

EG.5.1 ପରେ ଚିହ୍ନଟ ହେଲା ଆଉ ଏକ ଭାରିଆଣ୍ଟ BA.2.86, ଜାଣନ୍ତୁ ଏହାର ଲକ୍ଷଣ - କରୋନା ମହାମାରୀ

କେତେ ମାରାତ୍ମକ HKU5-CoV-2 ଭାଇରସ:

କୋଭିଡ ଭଳି HKU5-CoV-2 ଭାଇରସ ମଧ୍ୟ ବାଦୁଡିଠାରେ ମିଳିଛି । କିନ୍ତୁ ବୈଜ୍ଞାନିକମାନଙ୍କ କହିବାନୁଯାୟୀ, ଏହା କୌଣସି ପଶୁଠାରୁ ମଣିଷ ଶରୀରକୁ ସହଜରେ ପ୍ରବେଶ କରିପାରେ ନାହିଁ । ଏହା ମର୍ସ (MERS) ଭାଇରସ ପରିବାର ସହ ଜଡିତ, ଯାହା ପୂର୍ବରୁ ବି ମାରାତ୍ମକ ସାବ୍ୟସ୍ତ ହୋଇସାରିଛି । ବୈଜ୍ଞାନିକମାନେ ଏହି ଭାଇରସ ମଣିଷର କୋଷକୁ ଆକ୍ରମଣ କରିଥାଏ । କିନ୍ତୁ ଭଲ ଖବର ହେଉଛି ଯେ, ଏହି ଭାଇରସ୍ SARS-CoV-2 ପରି ସହଜରେ ମାନବ କୋଷଗୁଡ଼ିକୁ ସଂକ୍ରମିତ କରେ ନାହିଁ । ଗବେଷକମାନେ ଉଲ୍ଲେଖ କରିଛନ୍ତି ଯେ, HKU5-CoV-2 ର SARS-CoV-2 ତୁଳନାରେ ମାନବ ACE2 ରିସେପ୍ଟର ସହିତ ଏକ ଦୁର୍ବଳ କ୍ଷମତା ଅଛି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ମଣିଷମାନଙ୍କ ମଧ୍ୟରେ ଏହି ଭାଇରସ ବ୍ୟାପିବାର ଆଶଙ୍କା କମ୍ । ବୈଜ୍ଞାନିକମାନେ ମୋନୋକ୍ଲୋନାଲ୍ ଆଣ୍ଟିବଡି ଏବଂ ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ଚିହ୍ନଟ କରିଛନ୍ତି ଯାହା ଏହି ଭାଇରସକୁ ଟାର୍ଗେଟ କରିବାରେ ସାହାଯ୍ୟ କରିପାରେ ।

ମିନେସୋଟା ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ମାଇକେଲ୍ ଓଷ୍ଟରହୋମ୍ ଦର୍ଶାଇଛନ୍ତି ଯେ " 2019 ତୁଳନାରେ ଏବେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ଯାହା ଅନ୍ୟ ଏକ ମହାମାରୀ ହେବାର ଆଶଙ୍କା ହ୍ରାସ କରେ । " ବୈଜ୍ଞାନିକମାନେ ଏହାର ସ୍ଥିତି ଉପରେ କଡା ନଜର ରଖିଛନ୍ତି । ଯଦିଓ HKU5-CoV-2 ବର୍ତ୍ତମାନ ଏକ ବଡ଼ ବିପଦ ସୃଷ୍ଟି କରିନାହିଁ କିନ୍ତୁ ଏହା ଭବିଷ୍ୟତର ମହାମାରୀକୁ ରୋକିବା ପାଇଁ ନିରନ୍ତର ଗବେଷଣା ଏବଂ ନିରୀକ୍ଷଣର ଆବଶ୍ୟକତା ରହିଛି ।

ଏହାମଧ୍ୟ ପଢନ୍ତୁ...

ଆଖି ହଳଦିଆ ଦେଖାଯାଉଛି କି ? ହୋଇପାରେ ଏହି ରୋଗର ଲକ୍ଷଣ

କୋଲେଷ୍ଟ୍ରଲ ବଢ଼ିଲେ ଶରୀରରେ କ'ଣ ପରିବର୍ତ୍ତନ ହୁଏ ? ଜାଣନ୍ତୁ ...

ଲମ୍ପି ଭାଇରସ ମୁକାବିଲା ପାଇଁ ଆସିଲା ଟିକା, ବାୟୋଲମ୍ପିଭାକ୍ସିନକୁ ଲାଇସେନ୍ସ

ଦେଶରେ GBS ରୋଗ ଆତଙ୍କ, ଏସବୁ ଲକ୍ଷଣ ଦେଖାଗଲେ କରନ୍ତୁନି ହେଳା

ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା କୋଭିଡ-19:

ସ୍ୱାସ୍ଥ୍ୟ ଇତିହାସରରେ ସବୁଠୁ ମାରାତ୍ମକ ଅଧ୍ୟାୟ କୋଭିଡ-19 । ସାରା ବିଶ୍ୱରେ ଏହା କହର ସୃଷ୍ଟି କରିଥିଲା । 2019 ମସିହା ଡିସେମ୍ବରରେ ପ୍ରଥମେ ଚୀନରେ ଏହି ଭାଇରସ ସଂକ୍ରମିତ ଚିହ୍ନଟ ହୋଇଥିଲା । 2020 ସୁଦ୍ଧା ଖୁବଶୀଘ୍ର ସାରା ବିଶ୍ୱକୁ ଏହା ବ୍ୟାପି ଯାଇଥିଲା । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଥିଲା । ଫେବୃଆରୀ 2025 ସୁଦ୍ଧା ଏହି କୋଭିଡ-19 ମହାମାରୀରେ ସାରା ବିଶ୍ୱରେ 7 ମିଲିୟନଙ୍କ ମୃତ୍ୟୁ ହୋଇଛି । ଏହି କୋଭିଡ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଏକ ଶକ୍ତ ଧକ୍କା ଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ଲକଡାଉନକୁ ଆପଣାଇବାକୁ ପଡିଥିଲା । ଦେଶରେ ପାଖାପାଖି 2 ବର୍ଷ ଧରି ଲକଡାଉନ ଭଳି ସ୍ଥିତି ଜାରି ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.