ETV Bharat / technology

Gpayରେ ବିଜୁଳି ଓ ଗ୍ୟାସ ବିଲ୍‌ ଦିଅନ୍ତି କି ? ଏବେ ଦେବାକୁ ପଡ଼ିବ ଅତିରିକ୍ତ ଶୁଳ୍କ, କିପରି ବର୍ତ୍ତିବେ ଜାଣନ୍ତୁ - HOW TO AVOID GPAY CONVENIENCE FEE

ଗୁଗଲ୍‌ ପେ ବିଜୁଳି ଓ ଗ୍ୟାସ ବିଲ୍‌ ପରି ୟୁଟିଲିଟି ସର୍ଭିସ ଲାଗି କନଭିନିଏନ୍ସ ଫି ଲାଗୁ କରିଛି । ଏଥିରୁ କିପରି ବର୍ତ୍ତିବେ ଏହି ଆର୍ଟିକଲରେ ଟିପ୍ସ ଜାଣନ୍ତୁ...

How to Avoid Google Pay convenience fee
How to Avoid Google Pay convenience fee (File Photo)
author img

By ETV Bharat Tech Team

Published : Feb 22, 2025, 2:45 PM IST

ହାଇଦ୍ରାବାଦ: ଯଦି ଆପଣ ଗୁଗଲ୍‌ ପେ ଜରିଆରେ ବିଜୁଳି ଓ ଗ୍ୟାସ୍‌ ପରି ୟୁଟିଲିଟି ସର୍ଭିସର ବିଲ୍‌ ଦେଉଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ । ଦେଶର ପ୍ରମୁଖ UPI ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ Gpay ୟୁଟିଲିଟି ସର୍ଭିସ ଲାଗି ପେମେଣ୍ଟ ଉପରେ ସୁବିଧା ଶୁଳ୍କ (Convenience Fee) ଦେବାକୁ ପଡ଼ିବ । ପୂର୍ବରୁ ବିଲ୍‌ ପେମେଣ୍ଟ ଲାଗି ପ୍ଲାଟଫର୍ମ ଅତିରିକ୍ତ ଦେୟ ନେଉନଥିଲା । କିନ୍ତୁ ଏବେ କ୍ରେଡିଟ୍‌ ବା ଡେବିଟ୍‌ କାର୍ଡ ବ୍ୟବହାର କରି ବିଲ୍‌ ପେମେଣ୍ଟ କଲେ 0.5-1% ଚାର୍ଜ ଦେବାକୁ ପଡ଼ିବ । ତେବେ କିଛି ଟ୍ରିକ୍ସ ଅଛି ଯେଉଁଥିରୁ ଆପଣ ବିଲ୍‌ ବାଦ ଅତିରିକ୍ତ ଶୁଳ୍କ ଦେବାରୁ ବର୍ତ୍ତିପାରିବେ ।

ଏହି ସର୍ଭିସ ଲାଗି ଦେବାକୁ ପଡ଼ିବ ଶୁଳ୍କ

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁସାରେ, ଯଦି ଆପଣ ବିଲ୍‌ ପେମେଣ୍ଟ ଲାଗି କ୍ରେଡିଟ୍‌ ବା ଡେବିଟ୍‌ କାର୍ଡର ବ୍ୟବହାର କରୁଛନ୍ତି, ତେବେ 0.5-1% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ସହ GST ମଧ୍ୟ ଦେବାକୁ ପଡ଼ିବ । କହି ରଖୁଛୁ କି, ପୂର୍ବରୁ ଗୁଗଲ୍‌ ପେ ୟୁଜରଙ୍କଠାରୁ ବିଲ୍‌ ପେମେଣ୍ଟ ଲାଗି ଅତିରିକ୍ତ ଚାର୍ଜ ନେଉନଥିଲା । କିନ୍ତୁ ଗୋଟିଏ ବର୍ଷ ପୂର୍ବରୁ ଗୁଗଲ୍‌ ପେ ମୋବାଇଲ ରିଚାର୍ଜ ଉପରେ 3ଟଙ୍କା ସୁବିଧା ଶୁଳ୍କ ନେଉଥିଲା । ଏବେ ବିଲ୍‌ ପେମେଣ୍ଟ ଉପରେ ମଧ୍ୟ ଏହାକୁ ଲାଗୁ କରିଛି ।

କାହିଁକି ସୁବିଧା ଶୁଳ୍କ ନେଉଛି Gpay ?

ETର ଏକ ରିପୋର୍ଟ ଅନୁସାରେ ଜଣେ ଗ୍ରାହକ ବିଜୁଳି ବିଲ୍‌ ଭରିବା ସମୟରେ ଅତିରିକ୍ତ ଭାବେ 15 ଟଙ୍କା ସୁବିଧା ଶୁଳ୍କ ଦେଇଥିଲେ । ଏହି ଚାର୍ଜରେ ଜିଏସଟି ବି ସାମିଲ । ଗ୍ଲୋବାଲ ସର୍ଭିସ ଫର୍ମ PwC ଅନୁସାରେ, ଷ୍ଟେକହୋଲର୍ଡ୍ସ ୟୁପିଆଇ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାରେ 0.25% ଖର୍ଚ୍ଚ କରିଥାନ୍ତି । ଏବେ ଲାଗୁଛି ଏହି ଖର୍ଚ୍ଚକୁ ଭରଣ ଲାଗି ଏବେ ଫିନଟେକ୍‌ କମ୍ପାନୀ ଏପରି ରେଭେନ୍ୟୁ ମଡେଲ ଆପଣାଉଛନ୍ତି । ଧିରେ ଧିରେ ୟୁପିଆଇ ଟ୍ରାଞ୍ଜାକ୍ସନ ବୃଦ୍ଧି ପାଉଥିବାବେଳେ ଏହା ମାଧ୍ୟମରେ ଫିନଟେକ୍‌ କମ୍ପାନୀ ରୋଜଗାର କରିବାକୁ ଉଦ୍ୟମ କରୁଛନ୍ତି । ଅନେକ ଥର UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ଅତିରିକ୍ତ ଶୁଳ୍କ ନେବା ଦାବି ଉଠିଛି । କିନ୍ତୁ ଏଯାବତ ଏହା ମାଗଣା ଅଛି ।

ଅତିରିକ୍ତ ଶୁଳ୍କ ଦେବାରୁ କିପରି ବର୍ତ୍ତିବେ ?

ଏହି ନୂଆ ନିୟମ ଆସିବା ପରେ ମଧ୍ୟ ଯଦି ଆପଣ GPay ବ୍ୟବହାର କରିବାକୁ ଚାହୁଁଛନ୍ତି, କିନ୍ତୁ ଅତିରିକ୍ତ ଶୁଳ୍କ ଦେବାକୁ ଚାହୁଁନାହାନ୍ତି, ତେବେ ଆମେ ଆପଣଙ୍କ ନିମ୍ନରେ କିଛି ଟିପ୍ସ ଦେଇଛୁ:

  • UPI ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରନ୍ତୁ: ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କାରବାର ମାଗଣା ହୋଇଥାଏ ।
  • ୟୁଟିଲିଟି ବିଲ୍ ପାଇଁ କ୍ରେଡିଟ୍ / ଡେବିଟ୍ କାର୍ଡରୁ ଦୂରେଇ ରୁହନ୍ତୁ: ଏହା ବଦଳରେ ବ୍ୟାଙ୍କ ଆଧାରିତ UPI ପେମେଣ୍ଟ ବାଛନ୍ତୁ ।
  • ଦେୟ ଦେବା ପୂର୍ବରୁ ଯାଞ୍ଚ କରନ୍ତୁ: ଏକ ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ କୌଣସି ଅତିରିକ୍ତ ସୁବିଧା ଦେୟ ରହିଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଏପରି ଥିଲେ ଅନ୍ୟ ଟ୍ରାଞ୍ଜାକ୍ସନ ଉପାୟ ବାଛନ୍ତୁ ।
  • ବିକଳ୍ପ ପେମେଣ୍ଟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ: କିଛି ବ୍ୟାଙ୍କ ଏବଂ ପ୍ଲାଟଫର୍ମ ବିଲ୍‌ ପେମେଣ୍ଟ ପାଇଁ ଦେୟ ଆଦାୟ କରନ୍ତି ନାହିଁ ।
  • ବ୍ୟାଙ୍କ ୱେବସାଇଟରେ ଅଟୋ-ପେ ଫିଚର ବାଛନ୍ତୁ: ଅନେକ ବ୍ୟାଙ୍କ ଅତିରିକ୍ତ ଦେୟ ବିନା ୟୁଟିଲିଟି ବିଲ୍ ପାଇଁ ଅଟୋ-ପେ ସୁବିଧା ପ୍ରଦାନ କରନ୍ତି ।
ଏହା ବି ପଢନ୍ତୁ
  1. ପର୍ସ ହଜାଇବାଠୁ ବେଶୀ ବିପଦ ମୋବାଇଲ ହଜାଇବା, SIM ବ୍ଲକ୍‌ ପୂର୍ବରୁ କରନ୍ତୁ UPI ID ବନ୍ଦ
  2. ଗୁଗଲ୍‌ ପେ, ଫୋନ ପେ, ପେଟିଏମରେ କେମିତି ବନ୍ଦ କରିବେ UPI AutoPay ? ଜାଣନ୍ତୁ ଷ୍ଟେପ-ବାଏ-ଷ୍ଟେପ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.