ETV Bharat / sports

'ମୁଁ ଚାହୁଁଛି ପାକିସ୍ତାନ ଜିତୁ କାରଣ'...IND-PAK ମ୍ୟାଚ୍ ନେଇ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଆଶ୍ଚର୍ଯ୍ୟଜନକ ବୟାନ - INDIA VS PAKISTAN CHAMPIONS TROPHY

ଚାମ୍ପିଅନ୍ସ ଟ୍ରଫି 2025 ରେ ପାକିସ୍ତାନକୁ ସମର୍ଥନ କରି ବଡ ବୟାନ ଦେଲେ ପୂର୍ବତନ ଭାରତୀୟ କ୍ରିକେଟର । ସମ୍ପୂର୍ଣ୍ଣ ଖବର ପଢନ୍ତୁ

INDIA VS PAKISTAN
INDIA VS PAKISTAN (IANS Photo)
author img

By ETV Bharat Odisha Team

Published : Feb 22, 2025, 2:44 PM IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ର ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚକୁ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହି ମ୍ୟାଚ୍ ଆରମ୍ଭ ହେବାକୁ ଆଉ 24 ଘଣ୍ଟାରୁ କମ ସମୟ ବାକି ଅଛି । ଏହି ହାଇଭୋଲଟେଜ୍ ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି ଯେ ପାକିସ୍ତାନ ଏହି ମ୍ୟାଚରେ ଜିତିବ । ତାଙ୍କ ବିବୃତ୍ତିରେ ସମସ୍ତ ଭାରତୀୟ ପ୍ରଶଂସକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।

'ମୁଁ ଚାହୁଁଛି ପାକିସ୍ତାନ ଜିତୁ'-

ଆଇସିସି ମେଗା ଟୁର୍ଣ୍ଣାମେଣ୍ଟରେ ଏକ୍ସସାଇଟମେଣ୍ଟ ବଢାଇବା ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଅତୁଲ ୱାସାନ କହିଛନ୍ତି, "ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ବିଜୟୀ ହେଉ । ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ବିପକ୍ଷ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ଜିତିବାକୁ ଚାହୁଁଛି ।" ଅତୁଲ ୱାସାନ ANIକୁ ଏହା କହିଛନ୍ତି।

ୱାସାନ୍ କହିଛନ୍ତି ଯେ ଯଦି ପାକିସ୍ତାନ ମ୍ୟାଚ୍ ଜିତେ ତେବେ ମିନି ବିଶ୍ୱକପ୍ ଜୀବନ୍ତ ରହିବ । ସେ କହିଛନ୍ତି, "ମୁଁ ଚାହୁଁଛି ପାକିସ୍ତାନ ଜିତନ୍ତୁ କାରଣ ଏହା ଏକ ଆକର୍ଷଣୀୟ ଟୁର୍ନାମେଣ୍ଟ ହେବ । ଯଦି ଆପଣ ପାକିସ୍ତାନକୁ ଜିତିବାକୁ ଦିଅନ୍ତି ନାହିଁ, ତେବେ ଆପଣ କ’ଣ କରିବେ ? ଯଦି ପାକିସ୍ତାନ ଜିତେ ତେବେ ମେଗା ଟୁର୍ଣ୍ଣାମେଣ୍ଟରେ ଅଧିକରୁ ଅଧିକ ଏକ୍ସସାଇଟମେଣ୍ଟ ବଢିଯିବ । ଆଉ ମ୍ୟାଚ ଗୁଡାକ ଆଗକୁ ଦମଦାର ହେବ ।"

ପାକିସ୍ତାନକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ-

ଆୟୋଜକ ପାକିସ୍ତାନକୁ ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ​​ଏବଂ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍ ଏ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ 3 ଟି ମ୍ୟାଚ୍ ବାକି ଅଛି, ଯଦି ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଆସନ୍ତାକାଲି ଭାରତ ବିପକ୍ଷ ମ୍ୟାଚ୍ ଜିତିନଥାଏ ତେବେ ଯୋଗ୍ୟତା ପାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଏଥି ସହ ବାଂଲାଦେଶକୁ 6 ୱିକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି।

ଗମ୍ଭୀରଙ୍କୁ ଟାର୍ଗେଟ କଲେ ଅତୁଲ -

ଟିମ୍ ଇଣ୍ଡିଆର ପ୍ଲେଇଁ-11ରେ ରିଷଭ ପନ୍ତଙ୍କୁ ସ୍ଥାନ ନମିଳିବାରୁ ହେଡ କୋଚ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କରିଛନ୍ତି ଅତୁଲ । ସେ କହିଛନ୍ତି ରାହୁଲଙ୍କ ସ୍ଥାନରେ ପନ୍ତ ଖେଳିଲେ ଏହା ବିପକ୍ଷ ଟିମର ମୁଣ୍ଡ ବିନ୍ଧାର କାରଣ ହୋଇଥାଏ ।

23 ଫେବୃଆରୀରେ ଭାରତ-ପାକିସ୍ତାନ ମେଗା ମ୍ୟାଚ୍-

23 ଫେବୃଆରୀ ରବିବାର ଦିନ ଚାମ୍ପିଅନ୍ସ ଟ୍ରଫି 2025 ର ସବୁଠାରୁ ବଡ ମ୍ୟାଚରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ 2:30 ରେ ଆରମ୍ଭ ହେବ । ଯେଉଁଥି ପାଇଁ ଟସ୍ ଅପରାହ୍ନ 2 ଟାରେ ହେବ । ଏହି ମ୍ୟାଚ ପାକିସ୍ତାନ ପାଇଁ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । କାରଣ ଏହି ମ୍ୟାଚ ହାରିଲେ ପାକିସ୍ତାନର ଟାଇଟଲ୍ ଡିଫେଣ୍ଡିଂ ଆଶା ଆଶାରେ ରହିଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.