Watch: ଫୁଲୁଛି ବୈତରଣୀ, ପାଣି ଘେରରେ 50ରୁ ଊର୍ଦ୍ଧ୍ବ ଗାଁ - ବୈତରଣୀ ନଦୀରେ ବନ୍ୟା
🎬 Watch Now: Feature Video
ଯାଜପୁର: ପ୍ରବଳ ବର୍ଷା ଉଛୁଳୁଛି ବୈତରଣୀ ନଦୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ପାଣି ଘେରରେ ଦଶରଥପୁର ଓ ବିଂଝାରପୁର ବ୍ଲକର 50ଟି ଗାଁ । ମକୁନ୍ଦପୁର, ବନ୍ଦାଳ ଓ ଗୌରୀପୁର ପଞ୍ଚାୟତ ଜଳବନ୍ଦୀ ହୋଇଥିବା ଘରୁ ବାହାରକୁ ଆସିବା ମୁସକିଲ ହୋଇପଡିଛି । ଫଳରେ ଅନେକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜଳବନ୍ଦୀ ହୋଇ ରହିଥିବା ପରିବାରକୁ କୌଣସି ସହାୟତା ନମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି l
ବନ୍ୟା ପୀଡିତ ମାନଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ବୈତରଣୀ ନଦୀରେ ବିପଦ ସଙ୍କେତ 17.83 ମିଟର ଥିଵା ବେଳେ ଏବେ 19.85 ମିଟର ଉପରେ ଜଳସ୍ତର ପ୍ରଭାବିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ସେପଟେ ଜଲସ୍ତର ପ୍ରଭାବରେ ଦଶରଥପୁର ଓ ବିଂଝାରପୁର ବ୍ଲକର ମଧ୍ୟ 50ଟି ଗାଁ ଏବେବି ପାଣି ଘେରରେ ରହିଛି । ବନ୍ୟାପାଣି ଗାଁରେ ପଶିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ବନ୍ୟା ଆଶଙ୍କା: ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ
ଇଟିଭି ଭାରତ, ଯାଜପୁର