ନୂଆପଡ଼ା ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା - ବିକ୍ରି ହୋଇପାରୁନି ଧାନ

🎬 Watch Now: Feature Video

thumbnail

By

Published : Jan 24, 2023, 10:04 AM IST

Updated : Feb 3, 2023, 8:39 PM IST

ନୂଆପଡା : ନୂଆପଡ଼ା ଜିଲ୍ଲା ଡୁଆଝର ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ବିକ୍ରି ହୋଇପାରୁନି ଧାନ । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିନପାରି ରାତି ଅନିଦ୍ରା ହୋଇ ଧାନକୁ ଜଗି ରହୁଛି । କିଛି ବଡବଡିଆ ଲୋକ ଓ ଦଲାଲଙ୍କ ଦାଦାଗିରି ବଳି ପଡୁଛି ଚାଷୀଙ୍କ ସ୍ୱପ୍ନ । ମଣ୍ଡିରେ ଧାନ ବିକ୍ରି କରିବାକୁ ଅପେକ୍ଷା କରି ରହିଛି ଚାଷୀ । ଖରା ବର୍ଷା ଶୀତରେ ଧାନ ବିକ୍ରି ପାଇଁ ମଣ୍ଡିରେ ଅପେକ୍ଷା କରି ଅନେକ ଚାଷୀ ଅସୁସ୍ଥ ହୋଇ ପଡିଛନ୍ତି । ତଥାପି ବିକ୍ରି ହୋଇପାରୁନି ଧାନ ।

ସେପଟେ କରଜ କରି ଧାର ଆଣିଥିବା ଟଙ୍କା କିଭଳି ସୁଝିବେ ତାକୁନେଇ ଚାଲିଛି ଚର୍ଚ୍ଚା । ଚଳିତ ଖରିଫ ଋତୁରେ ଆଟ, ମାଳ, ବେର୍ଣ୍ଣା ଆଦି ଚାଷଜମିରେ ଚାଷ ହୋଇଥିବା ସଅଳ କିସମ ଧାନ ଚାଷୀମାନେ ଅମଳ କରି ସାରିଲେଣି । ହେଲେ ଧାନକ୍ରୟ ମଣ୍ଡିଗୁଡିକରେ ଧାନ କ୍ରୟ ପାଇଁ ଆବଶ୍ୟକ ବ୍ୟବସ୍ଥା ବି କରାଯାଇ ନାହିଁ । ଫଳରେ ଜିଲ୍ଲା ପ୍ରଶାସନ ଧାନ କ୍ରୟ ପାଇଁ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଆଦୌ ଆନ୍ତରିକତା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
 

ଅନ୍ୟପକ୍ଷରେ ଚାଷୀଙ୍କ ଆବଶ୍ୟକୀୟ ଦସ୍ତାବିଜ୍‌ ନଥିବା କାରଣରୁ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇପାରୁନାହିଁ । ଯାହାଦ୍ବାରା ଚାଷୀ ମଣ୍ଡିକୁ ଆସି ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଡୁଆଝର ସମବାୟ ସମିତି ସମ୍ପାଦକ ଏବଂ ଡାଟା ଅପରେଟରଙ୍କୁ ଜିଲ୍ଲା ପ୍ରଶାସନ ନିଲମ୍ବିତ କଲାପରେ ମଣ୍ଡି ପରିଚାଳନା ପାଇଁ ତୁରନ୍ତ କୌଣସି କର୍ମଚାରୀଙ୍କୁ ଦାୟିତ୍ୱ କରିନଥିଲେ । ଯାହାକୁ ନେଇ ସମସ୍ୟା ଦୁଇଗୁଣ ବଢ଼ିଯାଇଥିଲା । 

ଏହାରି ଭିତରେ ଏକାଧିକ ଚାଷୀଙ୍କ ଟୋକାନ ଲାପସ୍ ହୋଇଯାଇଛି । ଅପରପକ୍ଷରେ ବହୁ ବିଳମ୍ବରେ ନୂତନ ଡାଟା ଅପରେଟରକୁ ଦାୟିତ୍ବ ଦେଇଛି ପ୍ରଶାସନ । ହେଲେ ପୂର୍ବରୁ ମଣ୍ଡିରେ ଯାହା ଅବବ୍ୟବସ୍ଥା ହୋଇଛି ତାକୁ ସୁଧାରି ଅନୁକୂଳ ପରିସ୍ଥିତି ଆଣିବାରେ ନୂତନ ଡାଟା ଅପରେଟର ଚେଷ୍ଟାରେ ଅଛନ୍ତି । ତେଣୁ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । 

ନିକଟରେ ଜଗତସିଂହପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ଫସଲକୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଢାଳି ଜିଲ୍ଲା ପ୍ରଶାସନର ଦାୟିତ୍ବହୀନତା ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକାଧିକ ଚାଷୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ନୂଆପଡ଼ା

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.