ବିଶ୍ୱକପ ଫାଇନାଲରେ କାହାର ପଲ୍ଲା ରହିବ ଭାରି, ଏମିତି କହିଲେ ପ୍ରଶଂସକ

By ETV Bharat Odisha Team

Published : Nov 19, 2023, 12:01 PM IST

Updated : Nov 19, 2023, 12:30 PM IST

thumbnail

କଟକ: ଆଉ କିଛି ସମୟର ଅପେକ୍ଷା। ଅହମ୍ମଦାବାଦରେ ଆରମ୍ଭ ହେବ ବିଶ୍ୱ କ୍ରିକେଟର ମହା ଲଢ଼େଇ । ଭାରତ ବନାମ ଅଷ୍ଟ୍ରେଲିଆ। ବିଶ୍ବକପ ଟାଇଟଲ ଭାରତ ହାତେଇବ ବୋଲି ପ୍ରତିଟି ଭାରତୀୟଙ୍କ ଦୃଢ଼ୋକ୍ତି । ଆଜିର ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଛି । ଦୁଇ ଦଳ ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ ଭଲ ରହିଛି । ତେଣୁ ଜୋରଦାର ଫାଇଟ ହେବ । ଭାରତର ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି । କିନ୍ତୁ ଅଷ୍ଟ୍ରେଲିଆର ମଧ୍ୟ ଭଲ ଖେଳାଳି ରହିଛନ୍ତି । ମହମ୍ମଦ ଶାମି ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଘାତକ ସାବ୍ୟସ୍ତ ହୋଇ ପାରିନ୍ତି । ରୋହିତ ଶର୍ମାଙ୍କ ପୂର୍ବ ପ୍ରଦର୍ଶନ ଯଦି ଜାରି ରୁହେ ତେବେ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ ଜିତିବା କଷ୍ଟକର ହେବ ବୋଲି ଫ୍ୟାନ୍ସଙ୍କ ମତ ।  20 ବର୍ଷ ପରେ ବିଶ୍ବକପ ଫାଇନାଲ ଖେଳିବେ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ବକପ 2023ର ଫାଇନାଲ ମ୍ୟାଚ୍‌ ଉପରେ ସାରା ବିଶ୍ବର ନଜର ରହିଛି । ଏହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ପ୍ରଭୁକଲ୍ୟାଣ ପାଲ। 

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ 2023 ଫାଇନାଲ: ଆଜି ଭାରତ-ଅଷ୍ଟ୍ରେଲିଆ ମହାସମର, 12 ବର୍ଷ ପରେ ତୃତୀୟ ଟାଇଟଲ ଲକ୍ଷ୍ୟରେ ଟମ୍ ଇଣ୍ଡିଆ

ଇଟିଭି ଭାରତ, କଟକ

Last Updated : Nov 19, 2023, 12:30 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.