Earth Hour: ଭାରତ ପାଳିଲା ଆର୍ଥ ଆୱାର ଦିବସ, ୧ ଘଣ୍ଟା ବନ୍ଦ ହେଲା ଲାଇଟ୍‌

By

Published : Mar 25, 2023, 9:41 PM IST

thumbnail

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଆଜି ମଧ୍ୟ ସାରା ବିଶ୍ବ ପାଳିଛି ଆର୍ଥ ଆୱାର ଦିବସ । ତେବେ ଭାରତରେ ମଧ୍ୟ ଏହି ଦିବସ ପାଳନ ହୋଇଛି । ଆଜି ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବନ୍ଦ ରହିଛି ଅନେକ ଅନୁଷ୍ଠାନର ଲାଇଟ । କୋଲକାତାର ହାୱଡା ବ୍ରିଜର ଲାଇଟଠୁ ଆରମ୍ଭ କରି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନ୍ସରରେ ମଧ୍ୟ ଲାଇଟ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ବିଶ୍ବରେ ପରିବେଶର ସନ୍ତୁଳନ ରକ୍ଷା କରିବା ଓ ଶକ୍ତି ଅପଚୟକୁ ରୋକିବା ଲାଗି ପ୍ରତିବର୍ଷ ଏହି ଦିବସ ପାଳନ ହୋଇଆସୁଛି । ମାର୍ଚ୍ଚ ମାସର ଶେଷ ଶନିବାର ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟକୁ ବନ୍ଦ କରାଯାଇ ଏହି ଦିବସ ପାଳନ କରାଯାଏ । ବିଶ୍ବବାସୀଙ୍କୁ ଶକ୍ତି ସଂରକ୍ଷଣ ଓ ପରିବେଶର ସୁରକ୍ଷା ଲାଗି ଆହ୍ବାନ ଦିଆଯାଇଥାଏ । ସିଡନୀରୁ ଆରମ୍ଭ ହୋଇଥିବା ଏହି ଦିବସକୁ ଧୀରେ ଧୀରେ ସାରା ବିଶ୍ବରେ ପାଳନ କରାଗଲା । ଦେଶର ପ୍ରାୟ ୧୮୭ଟି ଦେଶ ଏହି ଦିବସକୁ ପାଳନ କରିଥାଏ ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.