Chandrayaan-3: 'ବିଫଳତାରୁ ଅନେକ ଶିକ୍ଷା ପାଇଛୁ, ଏଥର ସଫଳ ହେବା'; ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ବୈଜ୍ଞାନିକ - Scientist Satyanarayana Reaction on Chandrayaan 3
🎬 Watch Now: Feature Video
Published : Aug 23, 2023, 5:37 PM IST
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବ ଭାରତ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଏଥିପାଇଁ ସାରା ବିଶ୍ବର ଦୃଷ୍ଟି ଏବେ ଭାରତ ଉପରେ । ଏଥିପାଇଁ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଭିନ୍ନ ତଥା ଉତ୍ସାହମୟ ପରିବେଶ । ତେବେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ସମସ୍ତେ ବେଶ ଆଶାବାଦୀ । ଏହି ଐତିହାସିକ ମୁହୂର୍ତ୍ତ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି CSIR (Council of Scientific & Industrial Research) ବରିଷ୍ଠ ବୈଜ୍ଞାନିକ ସତ୍ୟନାରାୟଣ । ସେ କହିଛନ୍ତି, "ଆମେ ଆଜି ଚନ୍ଦ୍ରପୃଷ୍ଠକୁ ଛୁଇଁଥିବା ବିଶିଷ୍ଟ ଦେଶ ସମୂହ (୪ ଦେଶ) ତାଲିକାରେ ସାମିଲ ହେବାକୁ ଯାଉଛୁ । ବିଫଳତା ଶିକ୍ଷା ଦେଇଥାଏ । ପୂର୍ବରୁ ଆମେ ପାଇଥିବା ବିଫଳତାରୁ ଆମେ ବହୁତ ଶିକ୍ଷା ପାଇଛୁ । ସେମାନେ (ISRO) ଚନ୍ଦ୍ରଯାନ-୩ର ସଫଳ ତଥା ସଫ୍ଟଲ୍ୟାଣ୍ଡିଂ ପାଇଁ ସବୁପ୍ରକାର ସତର୍କତା ଅବଲମ୍ବନ କରିଛନ୍ତି ।" ତେବେ ଚନ୍ଦ୍ରଯାନ-୩ ନିଶ୍ଚୟ ସଫଳ ଅବତରଣ କରିବ ଏବଂ ଭାରତ ନୂଆ ଇତିହାସ ଲେଖିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ