thumbnail

Chandrayaan-3: ଚକ୍‌ ଦେ ଇଣ୍ଡିଆ ଗୀତରେ ଧୁମ୍‌ ମଚାଇଲେ CRPF ଯବାନ

By ETV Bharat Odisha Team

Published : Aug 23, 2023, 10:39 PM IST

ଶ୍ରୀନଗର: ଜହ୍ନ ରାଇଜରେ ଇତିହାସ ଲେଖିଛି ଭାରତ । ସାର୍ଥକ ହୋଇଛି ଇସ୍ରୋ ବୈଜ୍ଞାନିକଙ୍କ ପରିଶ୍ରମ । ଫଳପ୍ରଦ ହୋଇଛି ଦେଶବାସୀଙ୍କ ପ୍ରାର୍ଥନା ଓ ଆରାଧନା । ସମସ୍ତ ଅପେକ୍ଷାର ହୋଇଛି ଅନ୍ତ । ଶେଷରେ ଚନ୍ଦ୍ରକୁ ଜୟ କରିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ର ପୃଷ୍ଠରୁ ଆସିଛି ବାର୍ତ୍ତା, ଜହ୍ନ ରାଇଜରେ ଉଡୁଛି ତ୍ରିରଙ୍ଗା । ଯାହାକୁ ନେଇ ଦେଶବ୍ୟାପୀ ଉତ୍ସବର ମାହୋଲ । ଏପରିକି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ବାଜା ବଜାଇ ବାଣ ଫୁଟାଇ ଏହି ଐତିହାସିକ ଦିନକୁ ସେଲିବ୍ରେସନ୍‌ କରିଛନ୍ତି । ତେବେ ଭାରତୀୟ ଯବାନମାନେ ମଧ୍ୟ ଏହି ସେଲିବ୍ରେସନ୍‌ରୁ ବାଦ୍‌ ପଡ଼ିନାହାନ୍ତି । ଜମ୍ମୁରେ ସିଆର୍‌ପିଏଫ୍‌ ଯବାନ ମାନେ ଏହି ଐତିହାସିକ କ୍ଷଣକୁ LIVE ଉପଭୋଗ କରିଥିଲେ । ଚନ୍ଦ୍ରଯାନ ସଫଳ ଅବତରଣ କରିବା ପରେ ତ୍ରିରଙ୍ଗା ପତାକା ଉଡ଼ାଇ 'ଚକ୍‌ ଦେ ଇଣ୍ଡିଆ' ଗୀତରେ ଧୁମ୍‌ ମଚାଇଥିଲେ ସିଆର୍‌ପିଏଫ୍‌ ଯବାନ । ଭାରତ ମାତା କି ଜୟ ନାରା ସହିତ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ୍‌ କରିଥିଲେ । ଆପଣ ମଧ୍ୟ ଦେଖନ୍ତୁ ଏହି ଖୁସିର ମୁହୂର୍ତ୍ତକୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.