ରାଜନଗରରେ ବଉଳା କୁମ୍ଭୀର ଆତଙ୍କ, କଅଁଳ ବାଛୁରୀ ହେଲା ଶିକାର
🎬 Watch Now: Feature Video
କେନ୍ଦ୍ରାପଡା: କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡାରେ ଦେଖା ଦେଇଛି କୁମ୍ଭୀର ଆତଙ୍କ । କଅଁଳ ବାଛୁରୀକୁ ଶିକାର କଲା ବଉଳା କୁମ୍ଭୀର।ରାଜନଗର ଝାରପଡାରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଝାଡ଼ପଡାର କଦଳୀବାଡ଼ି ନିକଟରେ ଏକ ବାଛୁରୀ ଚରୁଥିବା ସମୟରେ ଲୁଚିଥିବା ବଉଳା କୁମ୍ଭୀର ମାଡି ବସିଥିଲା । ଏହାପରେ ପାଣିକୁ ନେଇ ବାଛୁରୀକୁ ବାଡେଇ ବାଡେଇ ଖାଇବା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ସ୍ଥାନୀୟ ବାସିନ୍ଦା ଏହି ଭିଡିଓ ଉତ୍ତୋଳନ କରିଥିବା ବେଳେ ବର୍ତ୍ତମାନ ଏହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ବର୍ତ୍ତମାନ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଛି । କୁମ୍ଭୀରଙ୍କର ପ୍ରଜନନ ଋତୁ ଚାଲିଥିବାରୁ କୁମ୍ଭୀରମାନେ ଅଣ୍ଡା ଦେବା ପାଇଁ ସୁରକ୍ଷିତ ସ୍ଥାନ ଖୋଜିଥାଆନ୍ତି । ଏହି ସମୟରେ ଅଧିକ ହିଂସ୍ର ଥାଆନ୍ତି କୁମ୍ଭୀରମାନେ । ଯଦି ସାମ୍ନାରେ ଶିକାରକୁ ଦେଖନ୍ତି ତାହେଲେ ଆହୁରି ହିଂସ୍ର ପାଲଟି ଯାଇଥାଆନ୍ତି । ଏହି ଛାତିଥରା ଭିଡିଓ ଦେଖି ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ,କେନ୍ଦ୍ରାପଡା