Cricket World Cup 2023: 'ଆଜିର ମ୍ୟାଚ୍‌ରେ ଭାରତ ଫେବ୍‌ରେଟ୍‌'

By ETV Bharat Odisha Team

Published : Oct 22, 2023, 3:30 PM IST

thumbnail

କଟକ: ବିଶ୍ବକପ୍‌ ୨୦୨୩ରେ ରବିବାର ଖେଳାଯାଉଛି ମହାମୁକାବିଲା । ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଗ୍‌ ଫାଇଟ୍‌ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ ୪ଟି ଲେଖାଏଁ ମ୍ୟାଚ୍‌ ଖେଳି ବିଜୟଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । ପଏଣ୍ଟ୍‌ ଟେବୁଲର ଶୀର୍ଷରେ ରହି ସେମିଫାଇନାଲ ଆଡ଼କୁ ଆଉ ପାଦେ ଆଗେଇବା ପାଅଁ ଆଜି କଡ଼ା ମୁକାବିଲା ହେଉଛି । ତେବେ ଭାରତୀୟ ଦଳରେ ଆହତ ସମସ୍ୟା କାରଣରୁ ଷ୍ଟାର ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନାହାନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସ୍ଥାନ ମିଳିଛି । ଏନେଇ ମ୍ୟାଚ୍‌ ପୂର୍ବରୁ କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ମଧ୍ୟ ସମାନ ଆକଳନ କରିଥିଲେ । ଇଟିଭି ଭାରତ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲଙ୍କ ସହ ଆଲୋଚନାବେଳେ ଶୁଣନ୍ତୁ ଆଉ କଣ କହିଛନ୍ତି ପବନ ଅଗ୍ରୱାଲ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.