thumbnail

By

Published : Dec 1, 2022, 10:08 AM IST

Updated : Feb 3, 2023, 8:34 PM IST

ETV Bharat / Videos

ଉପାନ୍ତ ପଞ୍ଚାୟତରେ ବାଟବଣା ବିକାଶ, ସରକାରୀ ଯୋଜନାରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ । ଉପାନ୍ତ ପଞ୍ଚାୟତରେ ସମସ୍ୟା ଓ ଦୁର୍ନୀତିକୁ ନେଇ ବିଡିଓଙ୍କୁ ଘେରିଲେ ଶତାଧିକ ହିତାଧିକାରୀ । ଆବାସ ଯୋଜନା ଠାରୁ ନେଇ ସରକାରଙ୍କ ବିଭିନ୍ନ ଯୋଜନା ଏହି ବଣ ଜଙ୍ଗଲ ଘେରା ପଞ୍ଚାୟତରେ ବାଟବଣା ହୋଇପଡିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବଣ ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ତଳଗାଁ ।ତେବେ ତଳଗାଁ ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା ରାସନ,ବିଦ୍ୟୁତ, ସାମାଜିକ ସୁରକ୍ଷା ଓ ସର୍ବୋପରି ଆବାସ ଯୋଜନାରେ ବ୍ୟାପକ ଚଞ୍ଚକତା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି । ଏହି ଅଭିଯୋଗର ତଦନ୍ତ ପାଇଁ ବୁଧବାର ହରଭଙ୍ଗା ବିଡ଼ିଓ ତଳଗାଁ ଠାରେ ପହଞ୍ଚି ଥିବାବେଳେ ଶତାଧିକ ଗରିବ ହିତାଧିକାରୀ ବିଡ଼ିଓଙ୍କୁ ଘେରାଉ କରିଥିଲେ ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.