Shri Ram temple: ଜୋରସୋରରେ ଚାଲିଛି ଭବ୍ୟ ମନ୍ଦିର ନିର୍ମାଣ, ୮୦% ସରିଲାଣି ଗ୍ରାଉଣ୍ଡ ଫ୍ଲୋର କାର୍ଯ୍ୟ

By

Published : May 15, 2023, 4:11 PM IST

thumbnail

ଅଯୋଧ୍ୟା: ଧର୍ମନଗରୀ ଅଯୋଧ୍ୟାରେ ଜୋରସୋରରେ ଚାଲିଛି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ନିର୍ମାଣ ନେଇ ଭିଡିଓ ଓ ଫଟୋ ଜାରି କରାଯାଉଛି । ଏହା ମାଧ୍ୟମରେ ପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ପର୍ଯ୍ୟନ୍ତ ପହଞ୍ଚିଛି ସେନେଇ ଭକ୍ତ ମଣ୍ଡଳୀ ଅବଗତ ହୋଇପାରୁଛନ୍ତି । ଏହି ୧ ମିନିଟ ୧୨ ସେକେଣ୍ଡ ଭିଡିଓରେ ମନ୍ଦିରର ପ୍ରତିଟି କୋଣରୁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍‌ର କାର୍ଯ୍ୟ ପ୍ରାୟ ୮୦ ପ୍ରତିଶତ ଶେଷ ହୋଇସାରିଥିବା ବେଳେ ଏଠାରେ ଏବେ ଫିନିସିଂ କାର୍ଯ୍ୟ କରାଯାଉଛି । ଆସନ୍ତା ବର୍ଷ ଜାନୁଆରୀରେ ମନ୍ଦିର ପ୍ରତିଷ୍ଠା କରିବାକୁ ଯୋଜନା ରହିଥିବାରୁ ମନ୍ଦିର କାର୍ଯ୍ୟ କ୍ଷିପ୍ର ଗତିରେ କରାଯାଉଛି । ସେପଟେ ଭକ୍ତମାନେ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଖିବା ଲାଗି ଅଧୈର୍ଯ୍ୟ ପୂର୍ବକ ଚାହିଁ ରହିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

Ayodhya news

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.