thumbnail

By ETV Bharat Odisha Team

Published : Dec 3, 2023, 11:30 AM IST

ETV Bharat / Videos

ଏବେଠୁ ହାଇଦ୍ରାବାଦରେ କଂଗ୍ରେସର ସେଲିବ୍ରେସନ; ବାଣ ଫୁଟାଇ ନାଚିଲେ ଦଳୀୟ କର୍ମୀ

ହାଇଦ୍ରାବାଦ: ସତ ହେବ କି ତେଲେଙ୍ଗାନା ଏକଜିଟ୍ ପୋଲ । କେସିଆରଙ୍କୁ ମାତ୍ ଦେଇ ସରକାର ଗଠନ କରିବ କି କଂଗ୍ରେସ ! କାରଣ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ କଂଗ୍ରେସ ବିଆରଏସକୁ ବହୁ ପଛରେ ପକାଇ ଲିଡ୍ କରୁଛି । ୫୮ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ କେସିଆରଙ୍କ ବିଆରଏସ୍ ମାତ୍ର ୩୩ ସିଟରେ ଆଗରେ ଅଛି । ମୁଖ୍ୟମନ୍ତ୍ରୀ କେସିଆର ଗୋଟିଏ ଆସନରେ ଆଗୁଆ ଥିବାବେଳେ ଆଉ ଗୋଟିଏ ଆସନରେ ପଛରେ ପଡିଛନ୍ତି । ଯାହାଫଳରେ ଏବେଠୁ ତେଲେଙ୍ଗାନା କଂଗ୍ରେସ ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ହାଇଦ୍ରାବାଦ ସ୍ଥିତ ପାର୍ଟି ଅଫିସ ବାହାରେ କଂଗ୍ରେସ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ନାଚୁଛନ୍ତି । କଂଗ୍ରେସ ବହୁମତ ସହ ରାଜ୍ୟରେ ସରକାର ଗଠନ କରିବ ବୋଲି କର୍ମୀମାନେ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ତେବେ ଭୋଟ ଗଣତି ଜାରି ରହିଥିବା ବେଳେ କିଏ ତେଲେଙ୍ଗାନା କବ୍‌ଜା କରିବା ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ  । ମାତ୍ର ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ ଏକଜିଟ୍ ପୋଲ ସତ ହେବା ଭଳି ମନେ ହେଉଛି  ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.