ଦାଉ ସାଜିଛି ଚକଡା଼ ପୋକ, ଚିନ୍ତାରେ ଚାଷୀ - ବୌଦ୍ଧରେ ଚକଡା ପୋକ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Nov 6, 2023, 3:55 PM IST
ବୌଦ୍ଧ: ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ । ଆଉ କିଛି ଦିନ ପରେ ବୌଦ୍ଧ ଜିଲ୍ଲାରେ ଧାନ କଟା ପ୍ରକ୍ରିୟା ଆରମ୍ଭ ହେବ । ଅନେକ ସ୍ଥାନରେ ଧାନ ଅମଳ ହେବାକୁ ବସିଥିବା ବେଳେ ଆହୁରି ଅନେକ ସ୍ଥାନରେ ଧାନ ପରିପକ୍ବ ହୋଇନାହିଁ । ତେବେ ଏଭଳି ସମୟରେ ଧାନରେ ଚକଡା଼ ପୋକ ଚାଷୀଙ୍କୁ ଦାଉ ସାଧୁଛି । ଚକଡା଼ ପୋକ ଯୋଗୁଁ ଅନେକ ସ୍ଥାନରେ ଧାନ ଅମଳ ହେବା ପୂର୍ବରୁ ନଷ୍ଟ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚକଡା଼ ପୋକ ଯୋଗୁଁ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ମଧ୍ୟଖଣ୍ଡ ବା ବୌଦ୍ଧ ଠାରୁ ବାଉଶୁଣୀ ପର୍ଯ୍ୟନ୍ତ ପାଞ୍ଚରୁ ଊର୍ଦ୍ଧ୍ବ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତରେ ଚକଡା଼ ପୋକ ଯୋଗୁଁ ଶହ ଶହ ଏକର ଚାଷଜମି କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ଚଳିତ ବର୍ଷ ଜିଲ୍ଲାରେ ସ୍ବାଭାବିକ ବର୍ଷା ସହିତ ଧାନ ଚାଷ ଭଲ ହୋଇଥିବାରୁ ଚାଷୀ ଅଧିକ ଅମଳ ପାଇଁ ଆଶା ରଖିଛି । କିନ୍ତୁ ଚକଡା଼ ରୋଗରେ ଅନେକ ଧାନ କ୍ଷେତରେ ଧାନ କେଣ୍ଡା ପାଚିବା ଆଗରୁ ତାହା ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । କେତେକ ସ୍ଥାନରେ ଚକଡା଼ ରୋଗ ପୋକ ଲାଗି ଧାନଗଛ ସବୁ ଧଳା ବର୍ଣ୍ଣ ହୋଇଯାଇଛି । ଠିକ୍ ଆଗକୁ ଧାନ ଅମଳ ହେବାକୁ ଥିବା ବେଳେ ବର୍ତ୍ତମାନ ଏଭଳି ଚକଡା଼ ପୋକକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଗରିବ ଚାଷୀ । ସେପଟେ ଜିଲ୍ଲାର କୃଷି ବିଭାଗ ନିକଟରେ ଏ ସମ୍ପର୍କରେ କୌଣସି ଖବର ନଥିବା ସୂଚନା ମିଳିଛି । ଏପରିକି ଅନେକ ସ୍ଥାନରେ କୃଷି ବିଭାଗର କ୍ଷେତ୍ର କର୍ମଚାରୀ ଆଦୌ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଏଭଳି ପରିସ୍ଥିତିରେ ଗରିବ ଚାଷୀମାନେ କଣ କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ......ଚକଡା ପୋକ ଚକଟି ଦେଲା ଚାଷ: ଚିନ୍ତାରେ ଚାଷୀ
ଇଟିଭି ଭାରତ, ବୌଦ୍ଧ