ବମିଖାଲ ପୂଜାମଣ୍ଡପରେ ମହାନବମୀ, ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଉଛନ୍ତି ମା' ଦୁର୍ଗା - ହସ୍ତିନାପୁର ରାଜପ୍ରସାଦ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 23, 2023, 9:37 PM IST

ଭୁବନେଶ୍ବର: ରାଜଧାନୀର ଅନେକ ପୂଜା ମଣ୍ଡପ ମଧ୍ୟରେ ଅନ୍ୟତମ ଆକର୍ଷଣ ପାଲଟିଛି ବମିଖାଲ ପୂଜା ମଣ୍ଡପ । ଏଠାରେ ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଉଛନ୍ତି ମା' ଦୁର୍ଗତିନାଶିନୀ ।  କୁରୁପତିଙ୍କ ହସ୍ତିନାପୁର ପ୍ରାସାଦର କାରୁକାର୍ଯ୍ୟ ଯେମିତି ବେଶି ଝଲମଲ କରିବ, ସେଥିପାଇଁ ପ୍ଲାଏ ଉପରେ ହୀରା ଭଳି ଚକ୍‌ଚକ୍‌ କରୁଥିବା କାଚ ଷ୍ଟୋନ୍‌ ଖଞ୍ଜାଯାଇଛି । ଆଉ ଏଥିରେ ମା'ଙ୍କର ବିଭିନ୍ନ ରୂପର ଚିତ୍ରଣ ମଧ୍ୟ କରାଯାଇଛି ।  ବାହାର ଏବଂ ଭିତରୁ ତୋରଣ ବେଶ ଚମତ୍କାର ହୋଇଥିବା ବେଳେ ରାଜଧାନୀବାସୀଙ୍କ ମନା କିଣିନେଉଛି । ଏହାକୁ ଦେଖିବା ପାଇଁ ଓ ମା'ଙ୍କର ଦର୍ଶନକୁ ନେଇ ପ୍ରବଳ ଜନ ସମାଗମ ରହିଛି ।  ଏହି ତୋରଣର ଉଚ୍ଚତା ପ୍ରାୟ ୧୨୦ ଫୁଟ୍‌ ଚଉଡ଼ା ଏବଂ ପ୍ରସ୍ଥ ପ୍ରାୟ ୭୦ ଫୁଟ୍‌ ରହିଛି । ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରୁଥିବା ବମିଖାଲ ଦୁର୍ଗା ପୂଜା ଏଥର ଏକ ସ୍ବତନ୍ତ୍ର ସାଜସଜ୍ଜା ଉପରେ ଧ୍ୟାନ ଦେଇଛି ।  ଅନ୍ୟପଟେ ଏଥର ମା'ଙ୍କ ମୂର୍ତ୍ତିର ଉଚ୍ଚତା ୧୦ ଫୁଟ୍‌ ଏବଂ ମେଢ଼ର ଉଚ୍ଚତା ରହିଛି ୧୮ ଫୁଟ୍‌ ରହିଥିବା ବେଳେ ମା'ଙ୍କ ପ୍ରଥମ ଥର ମସ୍ତକରେ ଝଟକୁଛି ୭ କିଲୋ ବିଶିଷ୍ଟ ତାରକସି କାମର ଚାନ୍ଦି ମୁକୁଟ ।  

ଏହା ବି ପଢନ୍ତୁ- ମହାମାୟାଙ୍କ ମହାନବମୀରେ କୁମାରୀ ପୂଜା, ଏହାର ବିଶେଷତ୍ୱ ଜାଣନ୍ତୁ... 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.