ETV Bharat / lifestyle

ଏନଜାଇଟକୁ ଟାଣୁଛି ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର, କେମିତି ରହିବେ ଡିଜିଟାଲ୍‌ ଡିଟକ୍ସ - SOCIAL MEDIA ANXIETY

ସୋସିଆଲ ମିଡିଆରେ ମାତ୍ରାଧିକ ସମୟ କାଟୁଛନ୍ତି କି, ଏମିତି ସବୁ ଲକ୍ଷଣରୁ ଆରମ୍ଭ ହୋଇପାରେ ଏନଜାଇଟ୍‌ । କେମିତି ରହିବେ ଡିଜିଟାଲ୍‌ ଡିଟକ୍ସ ।

କେମିତି ହେବେ ଡିଜିଟାଲ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ
କେମିତି ହେବେ ଡିଜିଟାଲ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ (ETV Bharat Odisha)
author img

By ETV Bharat Odisha Team

Published : Feb 10, 2025, 5:20 PM IST

ହାଇଦ୍ରାବାଦ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ଲୋକପ୍ରିୟତା ଓ ବହୁଳ ବ୍ୟବହାର ଚରମ ସୀମାରେ ପହଞ୍ଚିଛି । ନିଦରୁ ଉଠିବା ପରଠାରୁ ପୁନଃ ରାତିରେ ନିଦ୍ରା ଯିବା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ବ୍ୟସ୍ତ ରହୁଛନ୍ତି । ଅତିଲୋକପ୍ରିୟ ହୋଇସାରିଥିବା ଏହି ପ୍ଲାଟଫର୍ମ ସୂଚନା, ମନୋରଞ୍ଜନ ସହ ଲୋକଙ୍କ ସହ ଯୋଡି ହେବାର ଏକ ପ୍ରମୁଖ ତଥା ବଳିଷ୍ଠ ମାଧ୍ୟମ ସାଜିଛି । କିନ୍ତୁ ଏହି ବହୁଳ ବ୍ୟବହାର ଏବେ ନିର୍ଦ୍ଦିଷ୍ଟ ବର୍ଗ ଉପର କୁପ୍ରଭାବ ପକାଇବା ଆରମ୍ଭ କରିସାରିଲାଣି । ବିଶେଷ ଭାବେ ଏହି ନୂଆ ଆହ୍ବନ ବ୍ୟବହାରକାରୀଙ୍କ ମାନସିକ ସ୍ଥିତିକୁ ନେଇ ଦେଖାଯାଇଛି ।

ମୁମ୍ବାଇର ବରିଷ୍ଠ କନସଲିଂ ଫିଜିଓଲୋଜିଷ୍ଟ ଆଶକା ମେହେଟ୍ଟା (Ashka Mehta)ଙ୍କ କହିବା ଅନୁସାରେ,‘‘ଏହା ଦେଶରେ ଏକ ଗମ୍ଭୀର ସମସ୍ୟା ଭାବେ ମୁଣ୍ଡ ଟେକିବା ଆରମ୍ଭ କଲାଣି । ସୋସିଆଲ ମିଡିଆର ମିଲିୟନ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଏହା ଏକ ନୂଆ ଉଦବେଗପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । ମାତ୍ରାଧିକ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଥିବା ବ୍ୟକ୍ତିବିଶେଷ ଏନଜାଇଟର ଶିକାର ହେଉଛନ୍ତି । ସୋସିଆଲ ମିଡିଆ କାର୍ଯ୍ୟକଳାପରୁ ଅନ୍ୟର ଜୀବନ ସେମାନଙ୍କ ଅପେକ୍ଷା ଭଲ ଚାଲିଛି ବୋଲି ସେମାନେ ଭାବି ନେଉଛନ୍ତି । ଫଳରେ ସେମାନେ ମାନସିକ ଭାବେ ଏନଜାଇଟର ଶିକାର ହେବାରେ ଲାଗିଛନ୍ତି । ସେମାନେ ଏହା ସହଜରେ ଗ୍ରହଣ କରିପାରୁନାହାନ୍ତି ଯେ, ଏହା କେବଳ ସୋସିଆଲ ମିଡିଆର ଏକ ଝଲକ, ବାସ୍ତବ ସମାଜ ନୁହେଁ । ଏପରି ସ୍ଥିତି କେବଳ ମାତ୍ରାଧିକ ସୋସିଆଲ ମିଡିଆ ବ୍ୟବହାର କାରଣରୁ ହୋଇଥାଏ ।

କେମିତି ହେବେ ଡିଜିଟାଲ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ
କେମିତି ହେବେ ଡିଜିଟାଲ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ (ETV Bharat Odisha)

ସୋସିଆଲ ମିଡିଆ ଏନଜାଇଟର ଲକ୍ଷଣ କେମିତି ଜାଣିବେ:

  1. ସୋସିଆଲ ମିଡିଆରେ ବୁଡି ରହିବା ଓ ସର୍ବଦା ଅନ୍ୟ ସହ ନିଜକୁ ତୁଳନା କରିବା ।
  2. ସର୍ବଦା ଅନ୍ୟମାନଙ୍କଠାରୁ ନିଜକୁ ପଛରେ ବୋଲି ଅନୁଭବ କରିବା ଓ ସେହିପରି ହେବା ପାଇଁ ପ୍ରୟାସ କରିବା
  3. କୌଣସି ସୋସିଆଲ ମିଡିଆ ପୋଷ୍ଟ କରିବା ଓ ବାରମ୍ବାର ଏହାର ଷ୍ଟାଟସ ଯଥା, ଲାଇକ, କମେଣ୍ଟ ଓ ଭ୍ୟୁ ଚେକ କରିବାରେ ମଗ୍ନ ରହିବା
  4. ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଓ ସହଜରେ ନିଦ ନହେବା
  5. ସର୍ବଦା ଅନ୍ୟଠାରୁ ପଛରେ ପଡିଯିବା ଭୟରେ ଆଶଙ୍କିତ ହେବା

ଯଦି ଆପଣ ଏହିସବୁ ଲକ୍ଷଣମାନ ନିଜ ଠାରେ ଦେଖୁଥାନ୍ତି, ତେବେ ଏହା ସୋସିଆଲ ମିଡିଆ ଏନଜାଇଟ ବୋଲି କୁହାଯାଇପାରିବ । ସମୟ ଥାଉ ନିଜ ସ୍ତରରେ ଅଭ୍ୟାସରେ ପରିବର୍ତ୍ତନ କରି ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ

  • କେମିତି ଏହି ଏନଜାଇଟ ଠାରୁ ଦୂରରେ ରହିବେ

ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାରରୁ ଦୂରରେ ରହିବା ପାଇଁ ପର୍ଯ୍ୟାୟକ୍ରମେ ପଦକ୍ଷେପ ଗ୍ରହଣ କରିବା ଉଚିତ । ପ୍ରଥମ ଆପଣଙ୍କ ଡିଭାଇସ (ସ୍ମାର୍ଟଫୋନ ଓ ଲ୍ୟାପଟପ) ଆଦିରେ ଅଧିକ ସମୟ କାଟିବା ଅଭ୍ୟାସ ବନ୍ଦ କରିବା ଉଚିତ ।

2. ଡିଭାଇସ୍‌ ବ୍ୟବହାର କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରିତ କରିବା ଓ ଏହାକୁ ଟ୍ରାକ କରିବା ପାଇଁ ମଧ୍ଯ କିଛି ଆପ୍ଲିକେସନ ବ୍ଯବହାର କରିପାରିବା । ନିର୍ଦ୍ଧାରିତ ସମୟ ଠାରୁ କୌଣସି ପ୍ରକାରେ ଅଧିକ ସମୟ ସୋସିଆଲ ମିଡିଆର କୌଣସି ପ୍ଲାଟଫର୍ମରେ ନରହିବା ପାଇଁ ଚେଷ୍ଟା କରିବା ଉଚିତ ।

3. ସେହିପରି ଶୋଇବା ସମୟରେ ବେଡଠାରୁ ଓ ଖାଇବା ବେଳେ ଡାଇନିଂ ଟେବୁଲ ଠାରୁ ସ୍ମାର୍ଟଫୋନକୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ ।

4. ଦିନରେ ନିର୍ଦ୍ଦିଷ୍ଟ କିଛି ଘଣ୍ଟା ସୋସିଆଲ ମିଡିଆ ପାଇଁ ଚୟନ କରନ୍ତୁ । ସେହି ଅବଧି ମଧ୍ୟରେ ସୋସିଆଲ ମିଡିଆ ଆକ୍ଟିଭିଟି କରନ୍ତୁ । ଅନ୍ୟ ସମୟରେ ଏଥିରୁ ଦୂରରେ ରଖନ୍ତୁ ।

5. କାର୍ଯ୍ୟ ସମୟ ଓ ବ୍ୟକ୍ତିଗତ ସମୟରେ ସ୍ମାର୍ଟଫୋନରେ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ‘ଡୁ ନଟ ଡିଫ୍ଟର୍ଭ’ ଅପସନ ମଧ୍ୟ ଆକ୍ଟିଭ କରିପାରିବେ ।

6. ସ୍ମାର୍ଟ ଡିଭାଇସରେ ସର୍ବଦା ବୁଡି ରହିବା ପରିବର୍ତ୍ତେ ଦୈନଦିନ ଜୀବନରେ ବିବିଧ କାମରେ ମନଯୋଗ ଦେବା ଓ ଏହାକୁ ଉପଭୋଗ କରିବା ଅଭ୍ୟସ୍ତ ହେଲେ ଏହି କୁଅଭ୍ୟାସ ସମୟ କ୍ରମେ ଦୂର ହୋଇପାରିବ ।

କେମିତି ହେବେ ଡିଜିଟାଲ୍‌ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ
କେମିତି ହେବେ ଡିଜିଟାଲ୍‌ ଡିଟକ୍ସ, ସୋସିଆଲ ମିଡିଆ ଏନଜାଇଟରୁ ରହିବା ମୁକ୍ତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟର ଖୋଳତାଡ଼, OCAକୁ କାରଣ ଦର୍ଶାଅ ନୋଟିସ

ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏରୋ ଇଣ୍ଡିଆ-2025 :ଏସିଆର ସର୍ବବୃହତ୍ତ ଏରୋସ୍ପେଶ୍‌ ଓ ପ୍ରତିରକ୍ଷା ପ୍ରଦର୍ଶନୀ

  • କେମିତି ନିଜକୁ କରିବେ ଡିଜିଟାଲ ଡିଟକ୍ସ

ଆମ ଉପରେ ନକରାତ୍ମକ ପ୍ରଭାବ ସୃଷ୍ଟି କରୁଥିବା ପୋଷ୍ଟ ଗୁଡିକ ପ୍ରତି ଆମେ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି । ନିୟମିତ ଏହିପରି ପୋଷ୍ଟ କରୁଥିବା ଆକାଉଣ୍ଟ ଗୁଡିକୁ ଫଲୋ କରିବା କିମ୍ବା ଫ୍ରେଣ୍ଡଲିଷ୍ଟରେ ରଖିବା ପରିବର୍ତ୍ତେ ଅନଫଲୋ କରିବା ଉଚିତ୍‌ । କେବଳ ସକରାତ୍ମକ ଓ ଶିକ୍ଷଣୀୟ ପୋଷ୍ଟ କରାଯାଉଥିବା ଆକାଉଣ୍ଟକୁ ଫଲୋ କରିବା ଉଚିତ । ବେଳେବେଳେ ଚାପ ହ୍ରାସ କରିବା ପାଇଁ ବ୍ୟାଙ୍ଗତ୍ମକ ଭିଡିଓ କିମ୍ବା କାର୍ଟୁନ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ଉପଭୋଗ କରିବା ଜରୁରୀ । ଜୁରରୀ ନଥିବା ସମୟରେ ନୋଟିଫିକେସନ ବନ୍ଦ ରଖିବା ଜରୁରୀ । ଫଳରେ ବାରମ୍ବାର ନୋଟିଫିକେସନ ଆସିବା ଦ୍ବାରା ଆପଣ ବିବ୍ରତ ହୋଇ ସୋସିଆଲ ମିଡିଆ ସ୍କ୍ରଲ କରିବେ ନାହିଁ । ଯେତେବେଳେ ସୋସିଆଲ ମିଡିଆ ବ୍ୟବହାର କରିବା ପାଇଁ ଆପଣ ସମୟ ଧାର୍ଯ୍ୟ କରିଛନ୍ତି, ସେହି ସମୟ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମର ନୋଟିଫିକେସନ ବନ୍ଦ ରଖିବାକୁ ପ୍ରୟାସ କରନ୍ତୁ । ସ୍ମାର୍ଟଫୋନ କରି ସ୍ମାର୍ଟ ଡିଜିଟାଲ ଡିଭାଇସଠାରୁ ଯଥାସମ୍ଭବ ଦୂରରେ ରହି, କାର୍ଯ୍ୟସ୍ଥଳରେ କର୍ମମୟ ଓ ପରିବାର ସଦସ୍ୟଙ୍କ ସହ ବ୍ୟକ୍ତିଗତ ଜୀବନକୁ ଉପଭୋଗ କରନ୍ତୁ ।

ଇଟିଭି ଭାରତ, ବ୍ଯୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.