ETV Bharat / state

ଅଶ୍ଳୀଳତାକୁ ନେଇ ତାତିଲେ ଦର୍ଶକ, ଯାତ୍ରା ପଡିଆ ପାଲଟିଲା ରଣକ୍ଷେତ୍ର - CLASH OVER ITEM DANCE

ଅଶ୍ଳୀଳତାକୁ ବିରୋଧ କରି ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ସିଗାରେଟ୍ ଫିଙ୍ଗିଲେ ଦର୍ଶକ । ଆରମ୍ଭ ନହେଉଣୁ ବନ୍ଦ ହେଲା ଯାତ୍ରା । 2 ଗୁରୁତର ।

Clash Over Item Dance
Clash Over Item Dance (ETV Bharat Odisha)
author img

By ETV Bharat Odisha Team

Published : Feb 10, 2025, 4:48 PM IST

କେନ୍ଦ୍ରାପଡ଼ା: ଆଇଟମ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ଉଗ୍ର ରୂପ ନେଲା ଗଣ୍ଡଗୋଳ । ଦୁଇ ଜଣଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ । ଦୁଇ ଗୁରୁତର ନିଶ୍ଚନ୍ତକୋଇଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶନିବାର ରାତିରେ ଯାତ୍ରା ଆରମ୍ଭରୁ ହିଁ ବନ୍ଦ ହୋଇଯାଇଛି । ଧସ୍ତାଧସ୍ତି, ମାରପିଟ୍, ଚେୟାର ଫୋଫଡା ଫିଙ୍ଗା ଯୋଗୁ ଅନେକ ଦର୍ଶକ ଆହତ ହୋଇଛନ୍ତି । ସେପଟେ ଆଇଟମ ଗାର୍ଲ ଜଣଙ୍କ ଭୟରେ ଅଧା ନୃତ୍ୟରୁ ପେଣ୍ଡାଲ ଛାଡି ପଳାଇଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପରେ ଉପସ୍ଥିତ ଦର୍ଶକ ନାଟକ ନଦେଖି ନିରାଶ ହୋଇ ଅଧରାତିରେ ଘରକୁ ଫେରିଛନ୍ତି । କମିଟି ସଦସ୍ୟ ଘରକୁ ଫେରିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Clash Over Item Dance (ETV Bharat Odisha)

କାହିଁକି ହେଲା ଗଣ୍ଡଗୋଳ?

ଗରଦପୁର ବ୍ଲକ କୁଦାନଗରୀ ଥାନା ଅଧିନରେ ଥିବା ପୂରାଣ ବର୍ଣ୍ଣିତ ଶୁକ ପରିଷଦ ଆଶ୍ରମ ବା ପର୍ଯ୍ୟଟନ କ୍ଷେତ୍ର କୁଦାନଗରୀଠାରେ ମାଘ ସପ୍ତମୀଠାରୁ ମାଘ ମେଳା ଅନୁଷ୍ଠିତ ହେଉଛି । ଏହି ମେଳାରେ ଅପେରା ସ୍ଵର୍ଣ୍ଣମହଲ ଯାତ୍ରା ପରିବେଷଣ ହେଉଥିଲା । ମେଳାର ଅପରପାର୍ଶ୍ବରେ ଅନ୍ୟ ଏକ କମିଟି ଯାତ୍ରା କରିବା ଯୋଗୁ ଅଧିକ ଦର୍ଶକଙ୍କୁ ନିଜ ଆଡକୁ ଆଣିବା ପାଇଁ ଆଇଟମ ଗାର୍ଲଙ୍କୁ ଷ୍ଟେଜ ସୋ’ ପାଇଁ ଆଣିଥିଲେ । ହେଲେ ଆଇଟମ ଗାର୍ଲ ତାଙ୍କର ନୃତ୍ଯ ଆରମ୍ଭ କରିବାର କିଛି ମୂହୁର୍ତ୍ତ ପରେ ଦର୍ଶକମାନେ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହି ହୋହଲ୍ଲା କରିଥିଲେ । ସେପଟେ ଯାତ୍ରା କମିଟି ଓ ଆଉ କିଛି ଦର୍ଶକ ଆଇଟମ ଗାର୍ଲ ନୃତ୍ୟ କରନ୍ତୁ ବୋଲି ଜିଦ ଧରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ହେଲେ ଏତିକିରେ ନୃତ୍ୟ ବନ୍ଦ କରୁଥିବା ଦର୍ଶକ ଶାନ୍ତ ହୋଇନଥିଲେ । ତେବେ ପୁନର୍ବାର ଆଇଟମ ଗାର୍ଲ ତାଙ୍କର ନୃତ୍ୟ ଆରମ୍ଭ କରିବା କ୍ଷଣି ଦର୍ଶକମାନେ ଆଇଟମ ଗାର୍ଲଙ୍କ ଉପରକୁ ସିଗାରେଟ ଫିଙ୍ଗିଥିଲେ । ଏହାଦ୍ବାରା ଯୁବତୀ ଜଣଙ୍କ ବାଧ୍ୟ ହୋଇ ପେଣ୍ଡାଲରୁ ଚାଲିଯିବା ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଛି ।

Clash Over Item Dance
Clash Over Item Dance (ETV Bharat Odisha)

ଯାତ୍ରା ପଡିଆ ପାଲଟିଲା ଯୁଦ୍ଧ କ୍ଷେତ୍ର:

ଉଭୟ ମଧ୍ୟରେ ମାରପିଟ ହେବା ସହ ଯାତ୍ରା କମିଟିର ବ୍ୟାପକ କ୍ଷତି ହୋଇଛି । ଚେୟାର ଭାଙ୍ଗିବା ଓ ଫୋପାଡିବା ଦ୍ବାରା ଉକ୍ତ ଯାତ୍ରା ପଡିଆ ଯୁଦ୍ଧ କ୍ଷେତ୍ର ପାଲଟି ଯାଇଥିଲା । ସ୍ଥିତି ଅଣାୟତ ହୋଇଥିବାବେଳେ କିଛି ଦର୍ଶକ ଓ ଯାତ୍ରା କମିଟି ପକ୍ଷରୁ ବୁଝାସୁଝା ହୋଇଥିଲା । ଏହା ସତ୍ତ୍ବେ ବି ସମାଧାନ ହୋଇନପାରିବାରୁ ବାଧ୍ଯ ହୋଇ କମିଟି ପକ୍ଷରୁ ନାଟକ ପରିବେଷଣ ବନ୍ଦ କରାଯାଇଥିଲା । ଯାତ୍ରା କମିଟର ଦୁଇ ସଦସ୍ଯ ସ୍ବପ୍ନଜିତ ମହାପାତ୍ର ଓ ଜିତେନ୍ଦ୍ର ସାହୁ ନାଟକ ପରିବେଷଣ ବନ୍ଦ ହେବା ପରେ ନିଜ ଘର ବଡବେତରାକୁ ଫେରୁଥିବା ସମୟରେ ନାଗଣପୁର ଗ୍ରାମ ନିକଟରେ ବନ୍ଦ କରୁଥିବା ଦର୍ଶକମାନେ ସଂଘବଦ୍ଧ ହୋଇ ମରଣାତ୍ମକ ଆକ୍ରମଣ କରିବା ସହ ଛୁରାମାଡ କରିଥିଲେ ।

ସ୍ବପ୍ନଜିତଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ ସେ ଗୁରୁତର ଅଛନ୍ତି । ଖବର ପାଇ କମିଟି ସଦସ୍ୟ ଓ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ମେଡିକାଲରେ ଚିକିତ୍ସା କରାଇଛନ୍ତି । ଏହି ଘଟଣା ଘଟିବା ପରେ ଯାତ୍ରା କମିଟି ପକ୍ଷରୁ କୁଦାନଗରୀ ଥାନାରେ ଏତଲା ଦିଆଯାଇଛି । ସେପଟେ ଗୁରୁତର ହୋଇଥିବା ସ୍ବପ୍ନଜିତ ଓ ଜିତେନ୍ଦ୍ର ମଧ୍ୟ ପୃଥକ ପୃଥକ ଭାବେ ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏହି ଗଣ୍ଡଗୋଳ ପାଇଁ ଯାତ୍ରା କମିଟି ସ୍ଥାନୀୟ କୁଦାନଗରୀ ପୋଲିସକୁ ଦାୟୀ କରିଛି ।

ଏହା ବି ପଢନ୍ତୁ...ଯାତ୍ରାରେ ବଢୁଛି ଅଶ୍ଲୀଳତା, କାହିଁକି ଟଣାଯାଉନି ଲକ୍ଷ୍ମଣରେଖା ?

ଏହା ବି ପଢନ୍ତୁ...ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଉତ୍ତେଜନା, ଚେୟାର ଫୋପାଡିଲେ ଦର୍ଶକ

ପୋଲିସର ପ୍ରତିକ୍ରିୟା:

କମିଟିର ପୂର୍ବତନ ସମ୍ପାଦକ ଜ୍ଞାନବଲ୍ଲଭ ମହାନ୍ତି ଓ ବନବିହାର ପାତ୍ର , "ଏହି ମେଳାରେ ହଜାର ହଜାର ଲୋକ ମେଳା ଦେଖିବାକୁ ଆସିଥାନ୍ତି । ସ୍ଥାନୀୟ ଥାନା ପକ୍ଷରୁ କୌଣସି ଗୁରୁତ୍ବ ଦିଆଯାଇନାହିଁ । ମାତ୍ର ଚାରି ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଏପରିକି ଆଇଟମ ଗାର୍ଲ ଆସିବା ନେଇ ମଧ୍ୟ ଅବଗତ କରାଯାଇଥିଲା । ହେଲେ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇନାହିଁ ।" ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛି ଯାତ୍ରା କମିଟି। ସେପଟେ ଯାତ୍ରା ପରିବେଷଣବେଳେ କୌଣସି ଆଇଟମ ଗାର୍ଲ ବା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଓ ଜୁଆ ନଖେଳାଇବାକୁ ସମ୍ପୂର୍ଣ୍ଣ ଭାବେ ମନା କରାଯାଇଥିଲା ବୋଲି ପୋଲିସ କହିଛି। "

ସ୍ଥାନୀୟ ପୋଲିସ ପକ୍ଷରୁ ଯେତିକି ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଥି୍ଲା, ତେବେ ଅଶ୍ଳୀଳତା ଯୋଗୁ ଏପରି ଅଭିବନୀୟ ଘଟଣା ଘଟିଲା । ଅଭିଯୋଗକୁ ଭିତ୍ତିକରି ଓ ପୋଲିସ ପକ୍ଷରୁ ଅନୁସନ୍ଧାନ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ" ବୋଲି ଥାନା ଅଧିକାରିଣୀ ଅମ୍ବିକା ଦାସ ସୂଚନା ଦେଇଛନ୍ତି l

ଏମିତି କହିଲେ ସାମାଜିକ କର୍ମୀ...

ସାମାଜିକ କର୍ମୀ ଅମର ବିଶ୍ୱାଳ କହିଛନ୍ତି, "ପୂର୍ବରୁ ପଟ୍ଟାମୁଣ୍ଡାଇରେ ଯାତ୍ରା କମିଟି ପକ୍ଷରୁ ଆଇଟମ ଗାର୍ଲ ଆଣିବା ପାଇଁ ଯୋଜନା ହୋଇଥିବାବେଳେ ଏହାକୁ କଳାକାରମାନେ ବିରୋଧ କରିଥିଲେ । ଆମେ ନାଟକ ପରିବେଷଣ କରିବୁ ନାହିଁ ବୋଲି କହିଥିଲେ । ପୁଣି ଥରେ କୁଦାନଗରୀରେ ଅଶ୍ଳୀଳତାକୁ ବିରୋଧ ହୋଇଛି । ଜନତା ସଚେତନ ହେବା ଆବଶ୍ୟକ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.