ETV Bharat / state

ହୁତୁହୁତୁ ଜଳିଲା ପେପର କାର୍ଟୁନ କାରଖାନା, କୋଟିଏ ଟଙ୍କାର ସମ୍ପତ୍ତି ପାଉଁଶ - PAPER CARTON FACTORY FIRE

ରାୟଗଡାରେ ପେପର କାର୍ଟୁନ କାରଖାନାରେ ଅଗ୍ନିକାଣ୍ଡ । ଜଳିଗଲା କୋଟିଏ ଟଙ୍କାର ସମ୍ପତ୍ତି । ଅଗ୍ନିଶମ କର୍ମଚାରୀ ଆହତ

fire breaks out in  paper carton factory in Rayagada
fire breaks out in paper carton factory in Rayagada (ETV Bharat Odisha)
author img

By ETV Bharat Odisha Team

Published : Feb 10, 2025, 4:36 PM IST

ରାୟଗଡା: ପେପର କାର୍ଟୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡ଼ାରେ ଥିବା ପେପର କାର୍ଟୁନ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ଏଥିରେ ପାଖାପାଖି କୋଟିଏ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି । ଅନ୍ୟପଟେ ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଗୁରୁତର ହୋଇପଡିଥିବା ଜଣାପଡ଼ିଛି ।

fire breaks out in paper carton factory in Rayagada (ETV Bharat Odisha)

ଜଳିଗଲା ପେପର କାର୍ଟୁନ କାରଖାନା:
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଭାକୁରଗୁଡ଼ା ସ୍ଥିତ ସ୍ଥିତ ସତ୍ୟମ୍‌ ପେପର୍ ଓ ମୁଭର୍ କାରଖାନାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ହଠାତ୍ ଏକ କେମିକାଲ ଗୋଦାମରୁ ନିଆଁ ଲାଗି ସମଗ୍ର କାରଖାନାକୁ ବ୍ୟାପିଥିଲା । ଏନେଇ ଖବର ପାଇବା ପରେ ଜେକେ, ଇମ୍ପା, ଉତ୍କଳ ଲୁମିନା, ରାୟଗଡ଼ା, କୋଲନରାରେ ନିୟୋଜିତ ୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

fire breaks out in  paper carton factory in Rayagada
fire breaks out in paper carton factory in Rayagada (ETV Bharat Odisha)

ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ:

କିଛି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଏଥିରେ କାରଖାନା ଶ୍ରମିକ ଓ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ । ଏହି ଅଗ୍ନିକାଣ୍ଡରେ ପେପର୍‌ କାର୍ଟୁନ୍ ସମେତ କଞ୍ଚାମାଲ ଓ କେମିକାଲ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

କାରଖାନା କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, "ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେମିକାଲ ଗୋଦାମରୁ ନିଆଁ ବ୍ୟାପିଥିବା ଜଣାପଡିଛି ।" ଅପରପକ୍ଷେ ଏତେ ବଡ଼ କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳିକି ନିଆଁ ଲିଭାଇବାକୁ କର୍ମଚାରୀ ମଧ୍ୟ କାରଖାନାରେ ନିଯୁକ୍ତି ହୋଇନାହାନ୍ତି ।

ଏହାମଧ୍ୟ ପଢନ୍ତୁ...

ଛୁଟି ଦିନରେ ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩ ଦମକଳ ଗାଡି

କୋଣାର୍କ ମନ୍ଦିର ସମ୍ମୁଖରେ ଅଗ୍ନିକାଣ୍ଡ, ଜଳିଗଲା 15ରୁ ଅଧିକ ଦୋକାନ

ଖରା ଦିନ ପୂର୍ବରୁ ଜଙ୍ଗଲରେ ନିଆଁ, ବନାଗ୍ନି ଘଟଣାରେ ତୃତୀୟ ସ୍ଥାନରେ ଓଡିଶା

ଏମିତି ବି ଆସେ ମୃତ୍ୟୁ ! ନିଆଁ ପୁଇଁ ହେଉଥିବା ବେଳେ ଜଳିଗଲେ 2 ଶିଶୁ

ନିଆଁ ଲିଭାଉଥିବା ବେଳେ ଅଗ୍ନିଶମ କର୍ମଚାରୀ ଆହତ:

ଅନ୍ୟପଟେ ନିଆଁକୁ ଆୟତ୍ତ କରିବା ସମୟରେ ତଳେ ପଡ଼ିଯିବାରୁ କୋଲନରା ଅଗ୍ନିଶମ ବିଭାଗର ଜଣେ କର୍ମଚାରୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଚାନ୍ଦିଲି ପୋଲିସ ଘଟଣାର ତଦନ୍ତ କରିଛି । ସହକାରୀ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି," ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଚାଲିଛି ।"

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.